Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡ଼ାରେ ବାଘ ଆତଙ୍କ ଜାରି, ପୁଣି ବାଛୁରୀକୁ ମାରି ଖାଇଲା

ଖଡ଼ିଆଳ: ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ ଦେଖାଦେଇଛି। କିଛି ଦିନର ନୀରବତା ପରେ ପୁଣି ବାଘ ଆତଙ୍କ ଖେଳାଇଛି। ନୂଆପଡ଼ା ରେଞ୍ଜ ଅନ୍ତର୍ଗତ ଆମନାରା ସେକ୍ସନ ତରିଆ ମହୁଆଭଟା ଗ୍ରାମରେ ବାଘ ଆତଙ୍କ ଖେଲାଇଛି । ଗ୍ରାମର ଗୋବିନ୍ଦ ନାଏକଙ୍କ ବାଛୁରୀକୁ ଗୁହାଳରୁ ଟେକି ନେଇ ମାରି ଖାଇଛି ବାଘ, ବର୍ତ୍ତମାନ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଘଟଣାର ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ