Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୩ ରେ ହୀରାକୁଦ ନଦୀବନ୍ଧରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ

ସମ୍ବଲପୁର (ବୁର୍ଲା): ଆସନ୍ତା ୨୩ ତାରିଖରେ ହୀରାକିଦ ନଦିବନ୍ଧରୁ ପ୍ରଥମ ବର୍ଷା ଜଳ ନିଷ୍କାସନ କରାଯିବ।ଏଥିପାଇଁ ହୀହାକୁଦ ନଦୀବନ୍ଧ ୱାର୍କ୍ସ ଏବଂ ଏଡିସନାଲ ସ୍ପିଲୱେ,ବୁର୍ଲାର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସୁଚନା ଦେଇଛନ୍ତି।ଜଳ ଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରରେ କ୍ରମଶଃ ଜଳ ସ୍ତର ବୃଦ୍ଧି ପାଉଛି।ତେଣୁ ଆସନ୍ତା ୨୩ ତାରିଖ ସକାଳ ୯ ଟାରେ ହୀରାକୁଦ ନଦୀବନ୍ଧର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ଏତିପାଇଁ ହୀରାକୁଦ ନଦୀବନ୍ଧର ତଳ ମୁଣ୍ଡରେ ବସବାସ କରୁଥିବା ଲୋକ ମାନଙ୍କୁ ଆଗରୁ ସତର୍କ ସୂଚନା ଦିଆଝିବା ସହିତ ସତର୍କତା ରହିବାକୁ କୁହାଯାଇଛି। ବନ୍ୟା ଜଳ ନିଷ୍କାଶନ ଫଳରେ ମହାନଦୀ ଓ ତାର ଶାଖା ନଦୀ ଗୁଡିକରେ ଜଳ ସ୍ତର ବୃଦ୍ଧି ପାଇବ। ଏଥିପାଇଁ ମହାନଦୀ ଅବା କୌଣସି ଶାଖା ନଦୀକୁ ପ୍ରବେଶ ନକରିବାକୁ ସତର୍କତା ଅବଲମ୍ବନ କରିବାକୁ କର୍ତ୍ତୁପକ୍ଷ କହିଛନ୍ତି । ଏହି ସୂଚନାକୁ ଗୁରୁତ୍ୱ ନଦେଇ କୌଣସି ଘଟଣା ପାଇଁ ନଦୀବନ୍ଧ କର୍ତ୍ତୁପକ୍ଷ ଦାୟୀ ରହିବେନି ବୋଲି ନିଜ ମୁଣ୍ଡରୁ ପ୍ରଥମରୁହିଁ ଦୋଷ ଛଡାଇ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ