Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡାରି ଥାନାଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା।

ବୁଧବାର ଦିନ ସନ୍ଧ୍ୟାରେ ଗୁଡାରୀ ଥାନାଧିକାରୀ ଶ୍ରୀ ଦିନବନ୍ଧୁ ଶବରଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା। ଭାରପ୍ରାପ୍ତ ଥାନାଧିକାରି ଶ୍ରୀ ଶବର ଜଣେ ନିରାଡ଼ମ୍ବର ଏବଂ ସରଳ ହୃଦୟ ବ୍ୟକ୍ତି ଥିଲେ। ଗୁଡାରୀ ଜନ ସାଧାରଣଙ୍କ ସହ ଅତି ଉତ୍ତମ ସମ୍ପର୍କ ରହିଥିଲା ଏଣୁ ସେ ସମସ୍ତଙ୍କ ପ୍ରିୟ ପାତ୍ର ହୋଇପାରିଥିଲେ। ତାଙ୍କର ଏହି ବିଦାୟ କାଳିନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଗୁଡାରୀ ଏନ ଏ ସି କାର୍ଯ୍ୟ ନିର୍ବାହି ଅଧିକାରି ମୁରଲି କୃଷ୍ଣ ପଣ୍ଡା,ବନ ବିଭାଗର ଭାରପ୍ରାପ୍ତ ବନାଅଞ୍ଚ ଅଧିକାରୀ ଗଙ୍ଗାଧର ମିଶ୍ର,ରାମନାଗୁଡା ଥାନାଧିକାରୀ, ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ଏସ୍‌.ଆଇ ଶ୍ରୀ ଜି.ଖାନ୍‌ ଏବଂ ଏ.ଏସ.ଆଇ ଶ୍ରୀ ଜେ.ସାହୁ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଥାନା ବାବୁ ଶ୍ରୀ ସବର ଙ୍କ ବଦଳିକୁ ନେଇ ଗୁଡାରି ଥାନାର ସମସ୍ତ ପୋଲିସ, ହୋମଗାର୍ଡ ମାନେ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଥିଲେ। ଗୁଡାରି ସହରର ମାନ୍ୟଗଣ୍ୟ ବ୍ୟକ୍ତି , ବିଜେଡି ୟୁତ ଉପସଭାପତି କେଦାର ସାହୁ, ବିଧାୟକ ପ୍ରତିନିଧି ସୁବାଷ ଗୌଡ଼ ଏବଂ ସମସ୍ତ ସମ୍ବାଦିକ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟମାନେ ଥାନାଧିକାରି ଶ୍ରୀ ଦିନବନ୍ଧୁ ଶବର ଙ୍କ ସାହାଯ୍ୟ ସହଯୋଗ ବ୍ୟବହାର ଏବଂ ଦକ୍ଷତା ଉପରେ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ। ଏହି ବିଦାୟ କାଳିନ ଅବସରରେ ଗୁଡାରୀ ସମ୍ବାଦିକ ସଂଘର ଉପସଭାପତି ତଥା ବରିଷ୍ଠ ସମ୍ବାଦିକ ଶ୍ରୀ ସିମାଞଳ ସାହୁ ଥାନାଧିକାରି ଶ୍ରୀ ଦିନବନ୍ଧୁ ଶବରଙ୍କୁ ଉପଢୌକନ ପ୍ରଦାନ କରି ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ