Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଧିକ ଟଙ୍କା ଫେରସ୍ତ ଲୋଭ ଦେଖାଇ ଟି ଏଣ୍ଡ ଜି ଆପ ଦ୍ବାରା ଠକେଇ, ବଡ଼ ରାମପଲ୍ଲୀ ଗ୍ରାମ ରୁ ଏକ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଗଲେ ସାଇବର ଠକ

ଖଲ୍ଲିକୋଟ–୨୨/୦୭–ଜଣେ କି ଦୁଇ ଜଣ ନୁହେଁ ପୁରା ଗାଁ କୁ ଚୂନ ଲଗାଇଦେଲା ସାଇବାର ଠକ । ଟଙ୍କା ଡବଲ କରିବାର ଲୋଭ ଦେଖାଇ ଏକ ଆପ ମାଧ୍ୟମରେ ଗୋଟିଏ ଗାଁରୁ ନେଇଗଲା କୋଟିଏରୁ ଉର୍ଦ୍ଧ ଟଙ୍କା । ଲୋଭର ବଶବର୍ତୀ ହୋଇ ଟଙ୍କା ବନ୍ଧିଥିଲେ ଯୁବକରୁ ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ । ଲୋଭ ମଣିଷ କୁ କଣ ନକରେ । ଏମିତି ଲୋଭର ବଶବର୍ତୀ ହୋଇ ପୁରା ଗାଁ ହୋଇଗଲେ ଠକର ଶିକାର । ଗୋଟିଏ ଆପ କରିଦେଲା ପୁରା ଗାଁକୁ ନିଜର ଶିକାର ଆଉ ନେଇଗଲା କୋଟିଏରୁ ଉର୍ଦ୍ଧ ଟଙ୍କା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କୋମଣ୍ଡ ପଂଚାୟତର ବଡରାମପଲ୍ଲୀ ଗ୍ରାମରେ । ଏହି ଗ୍ରାମର କୃଷ୍ଣ ଚନ୍ଦ୍ର ମହାକୁଡ ନାମକ ଜଣେ ଯୁବକ ଟି ଆଣ୍ଡ ଜି ନାମକ ଏକ ଆପରେ ପ୍ରଥମେ ୪ ହଜାର ଟଙ୍କା ଡିପୋଜିଟ କରିଥିଲେ । ସେହି ଆପରେ ପ୍ରତ୍ୟକ ଦିନ ୮୦୦ ଟଙ୍କା ପାଉଥିଲେ ,ଆଉ ସେହି ଟଙ୍କା କୁ ସହଜରେ ନିଜ ଆକାଉଂଟକୁ ପଠାଇ ରୋଜଗାର କରୁଥିଲେ । ତେବେ ଗାଁର ଯୁବକ ମାନେ ଏହା ଦେଖି ଧିରେ ଧିରେ ସମସ୍ତେ ଏହି ଆପରେ ଟଙ୍କା ବିନିଯୋଗ କଲେ ଆଉ ରୋଜଗାର କଲେ । ତେବେ ଗତ ଜୁଲାଇ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଥିବା ଅଫର ରେ ନିଜ ଟଙ୍କା ତିନି ଗୁଣ ୪ଗୁଣ ହେବାର ଆଶା ନେଇ ଗାଁର ଯୁବକ , ମହିଳା ଓ ବୃଦ୍ଧ ବୃଦ୍ଧା କିଏ ୮୦୦୦ ହଜାର, କିଏ ୧୦ ହଜାର ,କିଏ ଏକ ଲକ୍ଷ ତ ଆଉ କିଏ ଦୁଇ ଲକ୍ଷ ଟଙ୍କା ଏହି ଆପରେ ଡିପୋଜିଟ କରିଥିଲେ । ତେବେ ଟଙ୍କା ଡିପୋଜିଟ ପରେ ଆଉ ସେହି ଆପର କର୍ମକର୍ତା ସହ ଯୋଗାଯୋଗ ହୋଇ ପାରିନଥିଲା । ତେବେ ସହି ଆପରେ ଟଙ୍କା ଥିବା ଦେଖାଉଥିବା ବେଳେ ସେହି ଟଙ୍କା ବ୍ୟାଙ୍କ ଆକାଉଂଟକୁ ଆସୁନାହିଁ । ଯାହାଫଳରେ ସମସ୍ତଙ୍କ ମନରେ ଭାଳେଣି ପଡିଥିଲା । ଆଉ ଦେଖିଲା ବେଳକୁ ଗାଁର ୯୦ ଭାଗରୁ ଉର୍ଦ୍ଧ ଲୋକ ଠକେଇର ଶିକାର ହୋଇ ସାରିଥିଲେ । ଯାହାକୁ ନେଇ ପୁରା ଗାଁ ଏବେ ଚିନ୍ତାରେ ରହିଛି ।
ପୁରା ଗାଁ ଠକେଇର ଶିକାର ହୋଇଥିବା ବେଳେ ପୋଲିସ ପାଖରେ କେହି ଏତଲା କରିନାହାନ୍ତି । ଟି ଆଣ୍ଡ ଜି ଆପ ବିନା କଷ୍ଟରେ ଅଧିକ ଟଙ୍କା ଉପାର୍ଜନ କରିବାର ଲୋଭ ଦେଖାଇ ଗାଁରେ ଥିବା ବେକାର ଯୁବ ଗୋଷ୍ଠୀ ଓ ଗରିବ ପରିବାର ଠାରୁ ଠକି ନେଇଛି କୋଟିଏ ରୁ ଉର୍ଦ୍ଧ ଟଙ୍କା । କିଏ ନିଜର ଘର ଖର୍ଚ ପାଇଁ ଟଙ୍କା ରଖିଥିଲା ତ କିଏ ନିଜର ଚାଷ ବାସ ପାଇଁ ଟଙ୍କା ରଖିଥିଲା ,ଏବେ ସର୍ବହରା ହୋଇଗଲୁ ବୋଲି କହିଛନ୍ତି ଗ୍ରାମର ଠକେଇର ଶିକାର ହୋଇଥିବା ଅର୍ଜୁନ ମହାରଣା, କାଳିଆ ବେହେରା, ବଳରାମ ସାହୁ, କାଞ୍ଚନ ବେହେରା, ସତ୍ୟ ବେହେରା ପ୍ରମୁଖ। ଏବେ ନିଜ ହାତରେ ଟଙ୍କା ହରାଇ ହତାସ ହୋଇ ପଡିଛନ୍ତି ଗ୍ରାମବାସୀ। ତେବେ ଖାଲି ବଡରାମପଲ୍ଲୀ କହିଁକି ବଡରାମପଲ୍ଲୀ ପାଖ ଗ୍ରାମ ମାନଙ୍କରେ ମଧ୍ୟ କାୟା ମେଲାଇ ଥିଲା ଏହି ଆପ । ଆଉ ପିଲାଙ୍କ ମନବଳ ଦୃଢ କରିବା ପାଇଁ ଦେଇଥିଲା ମାସିକିଆ ଦରମା ଦେବାର ଏକ ସାର୍ଟିଫିକେଟ । ତେତେ ଏହି ଗାଁ ରେ ହୋଇଥିବା ସାଇବର ଠକେଇ ହୁଏତ ଭାରତରେ ବିରଳ । କାରଣ ପ୍ରତେକ ଦିନ ଆମେ ଦେଖୁଛେ ସାଇବର ଠକେଇ ରେ କିଏ ନା କିଏ ଶିକାର ହୋଇ ଟଙ୍କା ହରାଉଛି କିନ୍ତୁ ଖଲ୍ଲିକୋଟର ଏହି ଗାଁର ସମସ୍ତ ଲୋକ ଗୋଟିଏ ଦିନରେ ଠକେଇର ଶିକାର ହୋଇଛନ୍ତି । ଯାହା ଏବେ ଖଲ୍ଲିକୋଟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories