Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରଭାରେ ମନରେଗା ଜନ ଶୁଣାଣି

ତରଭା ବ୍ଲକ କାର୍ଯ୍ୟଳୟ ପରିସରରେ ସୁବର୍ଣ୍ଣପୁର ଏଡିଏମ ସୂର୍ଯ୍ୟ ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ତରଭା ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ! ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ୱନ୍ଧୀୟ ଜନ ଶୁଣାଣି ରେ ତରଭା ବ୍ଲକର ସମସ୍ତ ପଞ୍ଚାୟତର ପିଇଓ ମାନେ ନିଜ ପଞ୍ଚାୟତରେ ଆର୍ଥିକ ବର୍ଷ ୨୦୨୨/୨୩ ଉପରେ କାର୍ଯ୍ୟ ଖସଡ଼ା ସୂଚନା ପ୍ରଦାନ କରିଥିଲେ l ୨୩୬୨୩ଜଣ ଜବ କାର୍ଡଧାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୦୪୦୦ ଜଣଙ୍କୁ କାର୍ଯ୍ୟ ଦେବାକୁ ଯୋଜନା ଥିବାବେଳେ ୧୦୩୯୫ ଜଣଙ୍କୁ ଏ ବର୍ଷ କାମ ଯୋଗାଇ ଦିଆଯାଇଛି, ସେମାନଙ୍କ ମଧ୍ୟରୁ ୩୮୬ପରିବାର ୧୦୦ ଦିନର କାର୍ଯ୍ୟ ଦିବସ ସମ୍ପୂର୍ଣ କରିଛନ୍ତି l ୨୦୨୨/୨୩ ଆର୍ଥିକ ବର୍ଷରେ ୩୨୮୧ଟି ପ୍ରକଳ୍ପ ମଧ୍ୟରୁ ୧୮୫୯ ଟିକୁ ସମ୍ପୂର୍ଣ କରାଯାଇଛି l ୪୪.୦୪ଶତକଡା ଜବକାର୍ଡ ଧାରୀ ମହିଳା ମାନେ ମନରେଗା ଯୋଜନାରେ କାମ କରିଛନ୍ତି l ଏହି ଅବସରରେ କାମ ସାରିବା ପରେ ଠିକ ସମୟରେ କେତେକଙ୍କ ପ୍ରାପ୍ୟ ପଡ଼ିନଥିବା ଅଭିଯୋଗ ହୋଇଥିଲା lକାର୍ଯ୍ୟକ୍ରମରେ ଯୋଗଦେଇ ସ୍ବେଚ୍ଛାସେବୀ ରାଜେନ୍ଦ୍ର ଝଙ୍କାର କହିଲେ ମନରେଗା ଆଇନ ଅନୁଯାୟୀ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ପଲ୍ଲୀସଭା ଅନୁଷ୍ଠିତ ହୋଇ ଶ୍ରମିକ ଅଟକଳ , କାର୍ଯ୍ୟ ଚିହ୍ନଟ ସହିତ ଆୟ ବ୍ୟୟ ଅଟକଳ ହୋଇ ଗ୍ରାମ ସଭାରେ ଗୋଟିଏ ଆର୍ଥିକ ବର୍ଷ ପାଇଁ ଗୃହୀତ ହେବାପରେ ବ୍ଲକକୁ ଆସିଥାଏ। ବ୍ଲକରେ କୋଡ଼ିଂ ହେବାପରେ ଜିଲ୍ଲାପାଳଙ୍କ ନିକଟକୁ ପଠାଇବାର ନିୟମ ରହିଛି।ହେଲେ ଏଠାରେ ଅଯଥାରେ ଟାଲଟୁଲ ନୀତି ଅବଲମ୍ବନ କରାଯାଉଥିବାରୁ ପ୍ରକଳ୍ପଟି ବିଳମ୍ବିତ ହେବାସହ ଶ୍ରମିକ ମାନଙ୍କୁ ଠିକ ସମୟରେ ପାଉଣା ମିଳୁନାହିଁ। କାର୍ଯ୍ୟକ୍ରମରେ ବି ଡି ଓ ଅନିଲ କୁଲୁ ସ୍ୱାଗତ ଭାଷଣ ଦେଇଥିବାବେଳେ ଏ ପି ଓ ଅମୃତାଂଶୁ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ, କାର୍ଯ୍ୟକ୍ରମରେ ସମସ୍ତ ପି ଇ ଓ, ଜି ଆର ଏସ, ଭି ଆର ପି, ସାମାଜିକ ସମୀକ୍ଷକ, ଗାଁ ସାଥି, ଓ ଜବକାର୍ଡ ଧାରୀ ମାନେ ଅଂଶଗ୍ରହଣ କରିଥିଲେ l ଏହି ଅବସରରେ ଶହେ ଦିନର କାର୍ଯ୍ୟ ସମ୍ପୂର୍ଣ କରିଥିବା ନଅ ଜଣ ଜବକାର୍ଡ ଧାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାସ ସମ୍ବର୍ଦ୍ଧିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ