Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସ୍ତରଙ୍ଗ ସାମ୍ବାଦିକ ସଂଘର ସ୍ଵନ୍ତତ୍ର ବୈଠକ ।

ଅସ୍ତରଙ୍ଗ,24/7-ଅସ୍ତରଙ୍ଗ ବ୍ଲକ ମୁଖ୍ୟ ବଜାର ,ଲଷ୍ମୀ କଲ୍ୟାଣ ମଣ୍ଡପ ଠାରେ ରବିବାର ଦିନ, ଅନୁଷ୍ଠାନିକ ଭାବେ ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେଇ ଯାଇ ଅଛି । ବରିଷ୍ଠ ସାମ୍ବାଦିକ ତଥା ମୁଖ୍ୟ ପରାମର୍ଶ ଦାତା,ଶ୍ରୀ ଦୁଃଶାସନ ନାୟକ ଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହେଇଥିବା ବେଳେ, ଅସ୍ତରଙ୍ଗ ଅଂଚଳ ର ରାସ୍ତା, ପାନୀୟଜଳ, ବିଦ୍ୟୁତ, ହସ୍ପିଟାଲ,ଆଦି ଲୋକ ଙ୍କ ମୌଳିକ ସୁବିଧା ଉପରେ ଗୁରୁତ୍ୱ ଦିଆଯିବା ସହ, ଆଗାମୀ ଦିନରେ ଜନ ସାଧାରଣ କିପରି ଏହାର ସୁଫଳ ପାଇ ପାରିବେ ସେ ସସ୍ବନ୍ଧରେ ଆଲୋଚନା କରାଯାଇ ଥିଲା। ବିଭିନ୍ନ ସମୟ ରେ ଅସ୍ତରଙ୍ଗ ଅଞ୍ଚଳର ଅନେକ ଜନ ସାଧାରଣ ଙ୍କ ସମେତ, ବୁଦ୍ଧିଜୀବୀ ପ୍ରମୁଖ, ତହସିଲ, ବ୍ଲକ, ମେଡିକାଲ, ଥାନା ରେ ନ୍ୟାୟ ପାଇବାରେ ଅସୁବିଧା ର ସମୁଖୀନ ହେଉଛନ୍ତି । ତେଣୁକରି ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ,ସେହି ଜନସାଧାରଣ ଙ୍କ ସ୍ୱର ରେ ସାମିଲ ହେଇ ,ଆଗାମୀ ଦିନ ରେ ତାଙ୍କ ନ୍ୟାୟ ପାଇବା ପାଇଁ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଥିଲା । ଏହି ବୈଠକ ରେ ସଙ୍ଘ ପରାମର୍ଶ ଦାତା ସାମ୍ବାଦିକ ନିରଞ୍ଜନ ଦାସ, ସମ୍ପାଦକ ଲୋକନାଥ ନାୟକ, ଆଇନ ପରାମର୍ଶ ଦାତା ପ୍ରିୟଦର୍ଶୀ ବିଶ୍ୱାଳ, କୋଷାଧକ୍ଷ ସମୀର କର,ଉପଦେଷ୍ଟା ସାମ୍ବାଦିକ ଶରତ ପରିଡା ଙ୍କ ସମେତ, ବୃନ୍ଦାବନ ବିଶ୍ୱାଳ,ମନୋଜ ବିଶ୍ୱାଳ, ପ୍ରିୟବ୍ରତ ମୁଦୁଲି ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ନୂତନ ସଭ୍ୟ ଭାବେ ସାମ୍ବାଦିକ ଆର୍ଯ୍ୟ ବିଶ୍ୱାଳ ଓ ଆର୍ତ୍ତତ୍ରାଣ ମହାନ୍ତି ଙ୍କୁ ସର୍ବ ସମ୍ମତି କ୍ରମେ ସଂଘ ରେ ସାମିଲ କରାଯାଇ ସ୍ୱାଗତ କରାଯାଇ ଥିଲା । ବିଭିନ୍ନ ବ୍ୟସ୍ତତା ଯୋଗୁଁ ଅନୁପସ୍ଥିତ ଥିବା ସଭ୍ୟ ମାନେ, ସଙ୍ଘ ର ନିଷ୍ପତି କୁ ସ୍ୱୀକୃତି ପ୍ରଦାନ କରବା ସହ,ଆଗାମୀ ୨୮ତାରିଖ ଶୁକ୍ରବାର ଦିନ ଏକ ସ୍ୱୋତନ୍ତ୍ର ବୈଠକ ଅସ୍ତରଙ୍ଗ ପିର ଜହାନିଆ ପୀଠ ଠାରେ ଅନୁଷ୍ଠିତ ହେବ ବୋଲି,ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ