Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି…2ଘଣ୍ଟା ରେ ୪୬ଟି ଅଭିଯୋଗ ଆସିଲା….ଅଭିଯୋଗ ହେଉଛି କିନ୍ତୁ କାର୍ଯ୍ୟକାରୀ ହେଉନି… ଲୋକ ପ୍ରତିନିଧି…..

ଲକ୍ଷ୍ମୀପୁର ୨୪.୦୭ …ଲକ୍ଷ୍ମୀପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଜାଇଛି.. ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ମହମଦ୍ ଅବଦୁଲ୍ ଅଖତର ଉପସ୍ଥିତ ରହି ଦୁଇ ଘଣ୍ଟା ମଧ୍ୟରେ ୪୬ଟି ଅଭିଯୋଗ ଗ୍ରହଣ କରିଥିଲେ ।ବିଡିଓ ପ୍ରିତୀରଞ୍ଜନ ରଥ ଙ୍କ  ପରିଚାଳନା  ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବୀମଳ କାନ୍ତ ବ୍ରହ୍ମା,
ପ୍ରକଳ୍ପ ନିର୍ଦ୍ଧେଶକ ଗୌରବ ଶିବାଜୀ ଇସଲଓ୍ଵାର୍,ନୂତନ ପବେଶନାଲ ଅଫିସର,
ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଆଇ କୁଲେସିକା,ଉପାଧ୍ୟକ୍ଷା ଆରତୀ କୁଲଦିପ ଉପସ୍ଥିତ ଥିଲେ।ଏଥିରେ ସମୁଦାୟ ୪୬ଟି ଅଭିଯୋଗ ଆସିଥିବା ବେଳେ  ୨୦ଟି ବ୍ୟକ୍ତିଗତ ଓ ୨୬ଟି ଗୋଷ୍ଠିଗତ ଅଭିଯୋଗ ରହିଥିଲା। କାର୍ଯ୍ୟକ୍ରମରେ ଶିକ୍ଷା,ପାନିୟ ଜଳ,ରାସ୍ତାଘାଟ, ଜମିପଟା,ଭତ୍ତା, ଆବାସ ଯୋଜନା ସହ ବସଷ୍ଟାଣ୍ଡ ଠାରୁ ବ୍ଲକ ରାସ୍ତା ରେ ଜବର ଦଖଲ ଉଠାଯିବା ସହ ରାସ୍ତା ପ୍ରଶସ୍ତିକରଣ, କଲେଜ ହଷ୍ଟେଲ ଖୋଲାଯିବା, ମୁରଲାପୁଟ ଗାଁ କୁ ରାସ୍ତା ଓ ବିଦ୍ୟୁତ ଯୋଗାଇବା,, ଓ ଓଏମସି କୁ ଜମି ପ୍ରଦାନ ନକରିବା ଭଳି ଅଭିଯୋଗ ଆସିଥିଲା, ଅଧିକାଂସ ଅଭିଯୋଗ ପହଁଚିଥିବା ବେଳେ ବେଦାନ୍ତ ଓ ଓଡିଶା ଖଣିନିଗମ ଦ୍ୱାରା ବିକାଶ କାର୍ଯ୍ୟ ହେଉ ନଥିବା ଭଳି ଗୁରୁତ୍ୱର ଅଭିଯୋଗ ମଧ୍ୟ ଆସି ଥିଲା।ଅଭିଯୋଗ ପ୍ରକୋଷ୍ଠରେ ବିଜେପି ଦଳର ଜିଲ୍ଲା ଯୁବ ମୋର୍ଚା ଉପସଭାପତି ମନୋଜ ସାହୁ ବୁର୍ଜା,କୁଟୀଙ୍ଗା, ପଞ୍ଚଡା ସରପଞ୍ଚଙ୍କ ସହ ଜୋନ ଦୁଇ ଜିଲ୍ଲା ପରିଷଦ ସଭ୍ୟା ପିଙ୍କି ହିମେରିକା ଙ୍କୁ ନେଇ  ବିଭିନ୍ନ ଅଭିଯୋଗ କରିବା ପାଇଁ ଜିଲ୍ଲାପାଳଙ୍କ ପାଖରେ ପହଁଚିଥିଲେ।ଅନେକ ସମସ୍ୟାକୁ ନେଇ ଅଭିଯୋଗ କରିବା ପରେ ଆଗରୁ ଦିଆ ଜାଇଥିବା ୯ଟି ଅଭିଯୋଗର ଆଜି ଜାଏଁ କଣ ପାଇଁ ସମାଧାନ ହୋଇ ପାରିଲା ନାହିଁ ବୋଲି ପଚାରିବାରୁ ଜିଲ୍ଲାପାଳଙ୍କ ସହ ତାଙ୍କର ଯୁକ୍ତି ତର୍କ ହୋଇଥିଲା।ପରେ ପୂର୍ବରୁ ଦେଇଥିବା ସମସ୍ତ ଅଭିଯୋଗ ପତ୍ରକୁ ଜିଲ୍ଲାପାଳଙ୍କ ସମୁଖରେ ଚିରି ତଳେ ପକାଇ ସରପଞ୍ଚ ମାନଙ୍କୁ ଧରି ବାହାରକୁ ଚାଲି ଆସିଥିଲେ।ଏ ନେଇ ଜିଲ୍ଲାପାଳ ଗଣମାଧ୍ୟମ ଙ୍କୁ ସୂଚନା ପ୍ରଦାନ କରିଛନ୍ତି କି ଅଭିଯୋଗ ଆସିବା ପରେ ତାହା କୁ ତର୍ଜମା କରାଯାଇ ଯାହା ବ୍ଲକ ସ୍ତରରେ କିମ୍ବା ଜିଲ୍ଲା ସ୍ତରରେ ହୋଇ ପାରିବ ତାହା କରାଯାଉଛି, କିନ୍ତୁ ଯାହା ରାଜ୍ୟ ସ୍ତରରେ କିମ୍ବା କେନ୍ଦ୍ର ଅନୁଦାନ ଉପରେ ନିର୍ଭୟ କରେ ତାହାକୁ ଚିଠି ମାଧ୍ୟମ ରେ ଜଣାଇ  ଦିଆଯାଉଛି, ଅନୁଦାନ ଯେତେ ଶୀଘ୍ର ଆସିଲେ ସେତେ ଶୀଘ୍ର ବିକାଶ କାର୍ଯ୍ୟ କରାଯିବାକୁ  ନିଷ୍ପତି ନିଆଯିବ ବୋଲି କହିଥିଲେ… ସମସ୍ତ ଅଭିଯୋଗ ଶୀଘ୍ର ହୋଇଯାଉ କହିଲେ  ତାହା ହେବା ସମ୍ଭବ ପର ନୁହଁ ବୋଲି ରୋକ ଠୋକ ମନକରିଥିଲେ…ଅଞ୍ଚଳରେ ଅନେକ ସମସ୍ୟା ରହିଥିବା ବେଳେ,ଗୋଟିଏ ପକ୍ଷରେ ସାଧାରଣ ଲୋକେ, ଓ କିଛି ସରପଞ୍ଚ ମାନେ ଅଭିଯୋଗ ଆଣୁଥିବା ବେଳେ   ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଉପସ୍ଥିତ ରହି ସୁଧା କିଛି ଅଭିଯୋଗ କିମ୍ବା ସମସ୍ୟା ପ୍ରତି କିଛି ଉପସ୍ଥାପନା କରିନଥିଲେ…ପରେ ଆଠ ଜଣଙ୍କୁ ଶ୍ରବଣ ଯନ୍ତ୍ର,ଦୁଇ ଜଣଙ୍କୁ ହୁଇଲ୍ ଚେୟାର୍ ପ୍ରଦାନ କରାଜାଇଥିବା ବେଳେ ବିଭିନ୍ନ ବର୍ଗର ୧୦୭ ଜଣ ହିତାଧିକାରିଙ୍କୁ  ଭତ୍ତା ଟଙ୍କା ବଣ୍ଟନ କରି ଜିଲ୍ଲାପାଳ ଚାଲି ଜାଇଥିଲେ।କୋରାପୁଟ ଯିବା ପୂର୍ବରୁ ଲକ୍ଷ୍ମୀପୁର ଥାନା ରେ ତର୍ଜମା କରିବା ପରେ ଡାକ୍ତରଖାନା ର  3କୋଟି ଟଙ୍କାର କାର୍ଯ୍ୟ ବୁଲି ଦେଖିବା ସହ  ଡଲିଆମ୍ବ ଗାଁ ରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ନୂତନ ଫେବର ବ୍ରିକ ସେଣ୍ଟର ର ଶୁଭ ଉଦଘାଟନ କରିଥିଲେ,ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଲକ୍ଷ୍ମୀପୁର ଥାନା ଆଇଆଇସି ଶ୍ଵେତ ପଦ୍ମା ସେଠ୍,ସବ ଇନିସପେକ୍ଟର୍ ମାନସ କୁମାର ପ୍ରଧାନଙ୍କ ସମେତ ଆଇଆରବି ଯବାନ ମାନେ ଉପସ୍ଥିତ ରହିଥିଲେ
l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ