Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନଦୀପାର ହୋଇ ଶବ ସତ୍କାର…ଲକ୍ଷ୍ମୀପୁର ବ୍ଲକ ର 90ପ୍ରତିଶତ ଗାଁ ମସାଣି କୁ ରାସ୍ତା ନାହିଁ…

ଲକ୍ଷ୍ମୀପୁର.୨୪।୦୭ ଶବ ସତ୍କାର କରିବା ପାଇଁ ଶ୍ମଶାନ ଜିବାକୁ ବାଟ ଓଗାଳୁଛି ପାହାଡିଆ ନଦି।ଏଭଳି ଏକ ଦୃଶ୍ୟ ଲକ୍ଷ୍ମୀପୁର ବ୍ଲକ ଭିତରଗଡ ପଞ୍ଚାୟତର ଚାରଡା ଗାଁ ରେ ଦେଖିବାକୁ ମିଳିଛି।ଶନିବାର ସନ୍ଧ୍ୟାରେ ଗାଁ ର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା,ହେଲେ ଲଗାଣ ବର୍ଷା ଶବ  ସତ୍କାର ସକାଶେ ବାଧା ସୃଷ୍ଟି ଦେଇଥିଲା।ଗାଁ ପାଖ ଦେଇ ବହି ଜାଇଥିବା ନଦି ଆରପଟରେ ଥିବା ସ୍ମଶାନ କୁ ଶବ ନେବା ପାଇଁ ପରିବାର ଲୋକେ ଅଣ୍ଟା ଭିଡିଥିଲେ।ଶେଷରେ ଜୀବନକୁ ପାଣି ଛଡାଇ ଭରା ନଇ ଭିତରକୁ ଶବ କାନ୍ଧେଇ ହାତକୁ ହାତ ଧରା ଧରି ହୋଇ ପାଣି ଭିତରେ ପସି ଶ୍ମଶାନକୁ ଜାଇ ଶବ ସତ୍କାର କରି ଫେରିଥିଲେ ସମ୍ପର୍କିୟ।ଏଭଳି ଦୃଶ୍ୟ ଜିଏ ଦେଖୁଥିଲା ସିଏ ଆଶ୍ଚର୍ଯ୍ୟ ପ୍ରକଟ କରୁଥିଲା। ଉକ୍ତ ନଦୀ ଚାରଡା ଗ୍ରାମର ଦୁଃଖ ପାଲଟିଥିବା ବେଳେ ବର୍ଷା ଦିନ ଆଶିଲେ ସେମାନଙ୍କ ଚିନ୍ତା ଦୁଇ ଗୁଣିତ ହେଇ ଜାଉଛି।ବର୍ଷ ତମାମ ଜାହା ଜେମିତି ଚଳି ଜାଆନ୍ତି ଗ୍ରାମବାସି ବର୍ଷା ଦିନ ନଦୀ ଆରପଟେ ଥିବା ଚାଷ ଜମୀକୁ ଜିବା ପାଇଁ ଭରା ନଇ ଭିତରେ ପସିକି ଜାଆାନ୍ତି।ଏନେଇ ବାରମ୍ବାର ପ
ପ୍ରଶାସନ ପାଖେ ଲୋକେ ଅଭିଯୋଗ କରିଆସୁଥିଲେ ସୁଧା ଏଜାଏଁ ନଦୀ ଉପରେ ପୋଲ ଖଣ୍ଡେ ହେଇ ପାରିଲା ନାହିଁ।ନଦି ଆରପଟେ ଗ୍ରାମବାସିଙ୍କ ଚାଷ ଜମୀ ସମେତ ଶ୍ମଶାନଟିଏ ରହିଚି।ଗ୍ରାମରେ କେହି ମୃତ୍ୟୁବରଣ କଲେ ଏଇ ଭଳି ପାଣିରେ ପଶିକି ଜିବାକୁ ହୁଏ ବୋଲି ଗ୍ରାମବାସି କହିଛନ୍ତି।ତେଣୁ ଏଥି ପ୍ରତି ବ୍ଲକ ପ୍ରସାସନ ଦୃଷ୍ଟି ଦେଇ ଏକ ନୂତନ ପୋଲ ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି।ଲକ୍ଷ୍ମୀପୁର ବ୍ଲକ ର କେବଳ ଚାରଡ଼ା ନୁହଁ ବରଂ ବ୍ଲକ  ର ନବେ ପ୍ରତିଶତ ଗାଁ ମସାଣି କୁ ରାସ୍ତା ନଥିବା ଜଣାପଡିଛି, ପ୍ରଶାସନ ତରଫରୁ ସ୍ମଶାନ ରେ ଅନେକ କାର୍ଯ୍ୟ କରାଯାଉଥିଲେ ସୁଧା ଅନେକ ଗାଁ ରେ ସ୍ମଶାନ କୁ ଯିବାକୁ ଜମି ନଥିବା କାରଣ  ରୁ ଏପରିକି କିଛି ବ୍ୟକ୍ତି ଜମି ଛାଡୁ ନଥିବା କାରଣରୁ ରାସ୍ତା ହୋଇ ପାରୁ ନଥିବା ଜଣା ପଡିଛି…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ