Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଧ୍ୟାପକ ଦକ୍ଷତା ବିକାଶ ସାପ୍ତାହିକ କାର୍ଯ୍ୟକ୍ରମ ଉଦଘାଟିତ

ଗୋପାଳପୁର ୨୪/୭ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କେନ୍ଦ୍ରୀୟ ଯାନ୍ତ୍ରିକ କେନ୍ଦ୍ର ଠାରେ ଆଜି ଅଧ୍ୟାପକ ଦକ୍ଷତା ବିକାଶ ସାପ୍ତାହିକ ଅନଲାଇନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ
ମାନବ ସମ୍ବଳ ବିକାଶ କେନ୍ଦ୍ର ଏବଂ ରାସାୟନିକ ବିଜ୍ଞାନ ବିଭାଗ ମଳିତ ରେ ଅଧ୍ୟାପକ ଦକ୍ଷତା ବିକାଶ ସାପ୍ତାହିକ କାର୍ଯ୍ୟକ୍ରମ ୨୪ ରୁ ୨୯ ଏକ ସପ୍ତାହ ପର୍ଯ୍ୟନ୍ତ ଅନ୍ ଲାଇନ୍ ମାଧ୍ୟମରେ ସାପ୍ତାହିକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଦ୍ଵାରା ଅଧ୍ୟାପକ ଅଧ୍ୟାପିକା ମାନେ ଗବେଷଣା ଉପରେ ଉନ୍ନତ ମାନର ଜ୍ଞାନ କୌଶଳ ଆରୋହଣ କରିପାରିବେ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ମାଡ୍ରାସ ସ୍ଥିତ ଆଇ ଆଇ ଟି ର ପ୍ରଫେସର୍ ଦିଲୀପ କୁମାର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାସାୟନିକ ବିଜ୍ଞାନ ଉପରେ ଶୀର୍ଷକ ରାସାୟନିକ ବିଜ୍ଞାନ ସାମ୍ପ୍ରତିକ ଏବଂ ଭବିଷ୍ୟତର ଆଶା ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ମାନବ ସମ୍ବଳ ବିକାଶ କେନ୍ଦ୍ର ର ନିର୍ଦେଶକ ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ,ଯୁଗ୍ମ ନିର୍ଦେଶକ ଡ଼ଃ ବି.ଅଞ୍ଜନ କୁମାର ପୃଷ୍ଟି, କନଭେନର ଡ ଡ଼ଃ. ସତ୍ୟନାରାୟଣ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ଅଧ୍ୟାପକ ଦକ୍ଷତା ବିକାଶ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ |ରସାୟନ ବିଜ୍ଞାନର ସଂଯୋଜକ ଡ଼ଃ. ଗଙ୍ଗମ୍ ଫlମୋଇ,ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପିକା ଡ଼ଃ. ଲକ୍ଷ୍ମୀଧର ରାଉତ ଏବଂ ଡ଼ଃ. ବିଭୂତି ଭୂଷଣ ପରିଡ଼ା ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାର ରୁ ବିଭିନ୍ନ କଲେଜ୍ ଓ ବିଶ୍ଵବିଦ୍ୟାଳୟ ରୁ ୩୬ ଜଣ ଅଧ୍ୟାପକ ଅଧ୍ୟାପିକା ଅନ୍ ଲାଇନ୍ ରେ ଯୋଡ଼ି ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories