Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାରାୟଣପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ।

ଗୋପାଳପୁର ୨୪/୭/୨୩ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସତ୍ୟନାରାୟଣ ପୁର ଗ୍ରାମ ନିବାସୀ ଅରୁଣ ମହାଙ୍କୁଡ (୫୨) ଙ୍କ ଆଜି ବିଶାଖାପାଟଣା ଠାରେ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ସେ ଗତ କିଛି ଦିନ ହେଲା ଯକୃତ ରୋଗରେ ପୀଡିତ ରହି ଚିକିତ୍ସିତ ହେଉଥିଲେ। ଆଜି ସକାଳ ପ୍ରାୟ ସାଢେ଼ ଆଠଟା ରେ ମୃତ୍ୟୁ ହୋଇଥିଲା । ଅରୁଣଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଅଞ୍ଚଳ ସମେତ ନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ଅରୁଣ ଗତ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ସରପଞ୍ଚ ଭାବେ କାର୍ଯ୍ୟ କରି ଅଞ୍ଚଳର ବହୁବିଧ ବିକାଶ କରି ଲୋକଙ୍କ ବିଶ୍ବାସ ଭାଜନ ହୋଇ ପାରିଥିଲେ। ଆଜି ଅପରାହ୍ନରେ ନିଜ ଗାଁ ସତ୍ୟନାରାୟଣପୁର ରେ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶଶ୍ମାନ ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ମୃତ ଅରୁଣ ଙ୍କ ଦୁଇ ପୁଅ ଓ ସ୍ତ୍ରୀ ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories