Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ମାଣିକେଶ୍ଵରୀ ସାହିତ୍ୟ,ସଂସ୍କୃତି ଓ କଳାପରିଷଦର ଦ୍ୱିତୀୟ ବାର୍ଷିକ ଉତ୍ସବ।

ମା’ବ ନମାଣିକେଶ୍ଵରୀ ସାହିତ୍ୟ ସଂସ୍କୃତି ଓ କଳା ପରିଷଦର ଦ୍ୱିତୀୟ ବାର୍ଷିକ ଉତ୍ସବ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ନରସିଂହ ପାଣିଗ୍ରାହୀ, ସମ୍ପାଦକ ଗୌରିଶଙ୍କର ମିଶ୍ରଙ୍କ ଉଦ୍ୟମରେ ଉକ୍ତ କଳା ପରିଷଦ ଗଠନ କରାଯାଇ ଥିଲା। ଗତବର୍ଷ ଏହାର ପ୍ରଥମ ବାର୍ଷିକ ଉଛବ ସମ୍ପୂର୍ଣ୍ଣ ସଫଳ ଅର୍ଜନ କରିଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଗୁଡାରୀ ଦିବ୍ୟ ଜିବନ ସଂଘର ପ୍ରତିଷ୍ଠାତା ଦିବ୍ୟସିଂହ ମିଶ୍ର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାଳକୃଷ୍ଣ ମିଶ୍ର(ରାୟଗଢ଼ା), ମା ମାଣିକେଶ୍ଵରୀ ସାହିତ୍ୟ ସଂସ୍କୃତି ଓ କଳା ପରିଷଦ ସଭାପତି ନରସିଂହ ପାଣିଗ୍ରାହୀ ମଞ୍ଚାସିନ ଥିବା ବେଳେ ଗୁଡାରୀ ତହସିଲଦାର ଶ୍ରୀମତି ଭାରତୀ ଦେବୀ ଏବଂ ଗୁଡାରୀ ଗୋଷ୍ଠି ଉନ୍ନୟନ ଅଧିକାରି ଶ୍ରୀମତି ଅନିସା ଦାସଙ୍କୁ ନିମନ୍ତ୍ରଣ ଥିବାବେଳେ କୌଣସି କାରଣରୁ ଉପସ୍ଥିତ ହୋଇପାରିନଥିଲେ। ମଞ୍ଚରେ ଗୁଣପୁର ବିଧାୟକ ପ୍ରଦିପ ପ୍ରଜ୍ବଳନ କରିବାପରେ ମଞ୍ଚାସିନ ସମ୍ମାନୀୟ ବ୍ୟକ୍ତି ମାନେ ନିଜ,ନିଜ ବକ୍ତବ୍ୟରେ କଳା ଏବଂ ସଂସ୍କୃତି ତଥା ସହରର ଉନ୍ନତି ଉପରେ ନିଜର ମତ ପ୍ରକାଶ କରିଥିଲେ। ଗତ ବର୍ଷଭଳି ଏହିବର୍ଷ ମଧ୍ୟ ମା ମାଣିକେଶ୍ଵରୀ କଳା ଓ ସଂସ୍କୃତି ପରିଷଦ ତରଫରୁ କିଛି ସମ୍ମାନୀୟ ଅତିଥିଙ୍କୁ ସମ୍ମାନିତ କରାଯାଇଥିଲା। ଗୁଡାରିର ବରପୁତ୍ର ସମ୍ମାନ ସ୍ଵର୍ଗତ ରମାନାଥ ପାଣିଗାହୀଙ୍କୁ, ସାହିତ୍ୟ ସଂସ୍କୃତି ସମ୍ମାନ ଶ୍ରୀ ବାଳ କୃଷ୍ଣ ମିଶ୍ରଙ୍କୁ ,ଶ୍ରେଷ୍ଠ ନିଷ୍ଠାପର ଶିକ୍ଷକ ସମ୍ମାନ ଶ୍ରୀ ଦିବାକର ମହାଙ୍କୁଡ ,ଭୂମିପୁତ୍ର ସମ୍ମାନ ଶ୍ରୀ ହୃଷିକେଶ ରଥ ,ନିସ୍ୱାର୍ଥ ସେବା ସମ୍ମାନ ଡି.ସୁରେଶ କୁମାର ,ପ୍ରତିଭା ସମ୍ମାନ ଶ୍ରୀ ଶୁଭ୍ରାଂଶୁ ରଥଙ୍କୁ ମାନ ପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଗୁଡାରୀ ସହରରେ ଲୁକାୟିତ ଥିବା କଳାକୁ ଲୋକ ଲୋଚନକୁ ଆଣିବା ପାଇଁ ଯେଉଁ ଚେଷ୍ଟା କରିଥିଲେ ପରିଷଦର ସମ୍ପାଦକ ଗୌରିଶଙ୍କର ମିଶ୍ର ସେହି କଳାକାର ମାନେ ମଞ୍ଚରେ ସୂମଧୁର କଣ୍ଠରେ ସଙ୍ଗୀତ ପରିବେଷଣକରିଥିଲେ।କଳା ପରିଷଦର କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ କୁ ପୂର୍ଣ୍ଣ ସହଯୋଗ କରିଥିବାରୁ ସଭାପତି ଏବଂ ସମ୍ପାଦକ ଗୌରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।