Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣ୍ଟି ଖରା ହେଲେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି…

ଲକ୍ଷ୍ମୀପୁର 25.07 ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ସଭାପତି ଭାବେ ମଣ୍ଟିଖରା ନିର୍ବାଚିତ ହୋଇଛନ୍ତି..ଏହି ପଦବୀ ସକାଶେ ନିର୍ବାଚନ ମଣ୍ଡଳୀରୁ 5ଜଣ ପ୍ରତିଦ୍ବନ୍ଦିତା କରୁଥିଲେ । ପ୍ରତିଦ୍ବନ୍ଦୀ ଙ୍କ ମଧ୍ୟ ରୁ ବନ୍ଧୁଗାଁ ଉପାଧ୍ୟକ୍ଷା ଗୀତାଞ୍ଜଳି ପୀଡ଼ିକା,ଶିଦ୍ଦାର୍ଥ କୁଲଦିପ,ଅଶୋକ ଖସ୍ଲା, ଅଶୋକ କାଲପା ରହିଥିଲେ । ଏପ୍ରିଲ୍ ୭ରୁ ଆରମ୍ଭ ହୋଇ ମେ ୧୦ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଭୋଟିଙ୍ଗ ହୋଇଥିଲା,ଆଜି ଜାତୀୟ ଯୁବ କଂଗ୍ରେସ ପକ୍ଷରୁ ପଳାଫଳ ଆସିଥିଲା ଏହି ନିର୍ବାଚନ ରେ ନିକଟତମ ପ୍ରତିଦ୍ବନ୍ଦୀ ଗିତାଞ୍ଜଳି ପିଡ଼ିକା ଙ୍କୁ ପଛରେ ପକାଇ  ମଣ୍ଟିଖରା ନିର୍ବାଚିତ ହୋଇଥିବା ଘୋଷଣା ହୋଇଛି । ଏଥି ପୂର୍ବରୁ ମଣ୍ଟି କୋରାପୁଟ ସାଂସଦ ସପ୍ତଗିରି ଉଲାକା ଙ୍କ ଲକ୍ଷ୍ମୀପୁର ପ୍ରତିନିଧି ଭାବେ ରହି ଆସିଥିଲେ, ଆଗକୁ ନିର୍ବାଚନ କୁ ଦୃଷ୍ଟି ରେ ରଖି ଏହା ଘୋଷଣା କରାଯାଇଥିବା ବେଳେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ରେ କଂଗ୍ରେସ ର ସଂଘଠନ ପ୍ରତି ଗୁରୁତ୍ୱ ଦେବେ ବୋଲି ସେ ପ୍ରକାଶ କରିଛନ୍ତି, ଘୋଷଣା ହେବା ପରେ କଂଗ୍ରେସ କର୍ମୀ ମାନେ ଶୁଭେଚ୍ଛା ପ୍ରଦାନ କରିଛନ୍ତି….

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ