Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଲ୍ଲିକୋଟ ରାଣୀ ଙ୍କ ଜନ୍ମ ଦିବସ ରେ ରକ୍ତଦାନ ଶିବିର ପାଇଁ ମର୍ଦ୍ଦରାଜ ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରସ୍ତୁତି ବୈଠକ

ଖଲ୍ଲିକୋଟ–୨୬/୦୭–ଖଲ୍ଲିକୋଟ ରାଣୀ ଙ୍କ ୮୬ ତମ ଜନ୍ମ ଦିବସ ରେ ଆସନ୍ତା ଅଗଷ୍ଟ ମାସ ୫ ତାରିଖ ଦିନ ମର୍ଦ୍ଦରାଜ ସାଂସ୍କୃତିକ ପରିଷଦ ପକ୍ଷରୁ ସ୍ଥାନୀୟ ମର୍ଦ୍ଦରାଜ କଲ୍ୟାଣ ମଣ୍ଡପ ଠାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଛି ।ଏଥିପାଇଁ ଆଜି ସ୍ଥାନୀୟ ଯୁବରାଜ ବଙ୍ଗଳା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ମର୍ଦ୍ଦରାଜ ସାଂସ୍କୃତିକ ପରିଷଦ ର ସମ୍ପାଦକ ସୁଧାଂଶୁ ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକ ରେ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବ୍ଲକ ଅଧ୍ୟକ୍ଷ ଦୈତାରି ବେହେରା, ସାଂସଦ ପ୍ରତିନିଧି ରତ୍ନାକର ସାହୁ, ଏନଏସି ଅଧ୍ୟକ୍ଷ ଇଂ. ନିରଞ୍ଜନ ବେହେରା, ମର୍ଦ୍ଦରାଜ ସାଂସ୍କୃତିକ ପରିଷଦ ର ଉପ ସଭାପତି ଅନିରୁଦ୍ଧ ସାହୁ, ସହ ସମ୍ପାଦକ ମହେଶ୍ବର ବରାଡ଼,ବରିଷ୍ଠ ସଦସ୍ୟ ଡାକ୍ତର ହର ପ୍ରସାଦ ମହାପାତ୍ର, କାଉନସିଲର ନାରାୟଣ ପାଢ଼ୀ, ବ୍ଲକ ବିଜେଡି ସଭାପତି ଗଙ୍ଗାଧର ଖୁଣ୍ଟିଆ, ଯୁବ ବିଜେଡି ସଭାପତି ଦୟାନିଧି ସାହୁ ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନ କରିଥିଲେ ।ଗତ ବର୍ଷ ଏହି ରକ୍ତଦାନ ଶିବିର ରେ ମୋଟ ୫୮୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ଚଳିତ ବର୍ଷ ଆହୁରି ଅଧିକ ୟୁନିଟ ରକ୍ତ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।ଏହି ଅବସରରେ ଖଲ୍ଲିକୋଟ ବ୍ଲକ ରେ ମ୍ୟାଟ୍ରିକ ପରୀକ୍ଷା ରେ ୯୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାଂସ୍କୃତିକ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ଏଥିସହ ଖଲ୍ଲିକୋଟ ନୂଆଁ ସାହି ବାସିନ୍ଦା କୃଷ୍ଣ ବେହେରାଙ୍କ ତିନି ବର୍ଷ ର ଶିଶୁପୁତ୍ର ଦୁଇଟି ଯାକ ଆଖି ହରାଇ ସମ୍ପୂର୍ଣ୍ଣ ଦୃଷ୍ଟି ଶକ୍ତି ହରାଇ ଥିବା ବେଳେ ସମ୍ପୂର୍ଣ୍ଣ ଗରିବ ପରିବାର ହୋଇଥିବା ରୁ ତାଙ୍କର ସମସ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସମ୍ପାଦକ ସୁଧାଂଶୁ ଶେଖର ସାହୁ କହିଛନ୍ତି ।ସମ୍ପାଦକ ଶ୍ରୀ ସାହୁ ଓ ୨ ନମ୍ବର ୱାର୍ଡ କାଉନସିଲର ନାରାୟଣ ପାଢ଼ୀ ନୂଆଁ ସାହି ଯାଇ ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ପୀଡିତ ଙ୍କ ପରିବାର କୁ ପ୍ରତିଶ୍ରୁତି ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories