Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାକିରୀରେ ନିୟମିତ ହେଲେ ଶିକ୍ଷକ ଶିକ୍ଷୟତ୍ରୀ..

ଲକ୍ଷ୍ମୀ ପୁର ୨୬/୦୭..ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ନିୟମିତ ନିର୍ଦ୍ଦେଶ ନାମା କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଠାରୁ ପାଇବା ପରେ ବିଦ୍ୟାଳୟରେ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଚୁକ୍ତି ଭିତ୍ତିକ ଶିକ୍ଷକ ଭାବେ ୨୦୧୬ ମସିହାରୁ କାର୍ଯ୍ୟରତ କଳା ଶିକ୍ଷକ ଶଙ୍କର ଗୁଡୁମ୍ବକା,୨୦୨୧ ରୁ ବିଜ୍ଞାନ ଶିକ୍ଷୟତ୍ରୀ ସୁନୀତା ସାହୁକାର, ହିନ୍ଦୀ ଶିକ୍ଷୟତ୍ରୀ ପ୍ରିୟଙ୍କା ବିଶୋଇ, ସଂସ୍କୃତ ଶିକ୍ଷକ ସୁକାନ୍ତ ଯାଦବ, କ୍ରୀଡା ଶିକ୍ଷକ ଆଶୀର୍ବାଦ ନାୟକ ଓ ୨୦୨୨ ରୁ କାର୍ଯ୍ୟରତ ବିଜ୍ଞାନ ଶିକ୍ଷୟତ୍ରୀ ଜେଶ୍ନା ପଣ୍ଡା, କଳା ଶିକ୍ଷୟତ୍ରୀ କସ୍ତୁରୀ ଶବର ଓ ମାଧୁରୀ ଲେଙ୍କା ସରକାରଙ୍କ ନିର୍ଦ୍ଦେଶ କ୍ରମେ ନିୟମିତ ଶିକ୍ଷକ ଭାବେ ପରିଗଣିତ ହେଲେ। ଏହି ପରିପ୍ରେକ୍ଷୀରେ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ତରଫରୁ ଗଣଶିକ୍ଷା ବିଭାଗ,ଓଡିଶା ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ଜିଲ୍ଲା ଶିକ୍ଷାଧିକାରୀ ରାମ ଚନ୍ଦ୍ର ନାହାକ ଙ୍କୁ ସାଧୁବାଦ ଜ୍ଞାପନ ପୂର୍ବକ ଅଶେଷ ଧନ୍ୟବାଦ୍ ଅର୍ପଣ କରାଯାଇ ଥିଲା ।ସଭାରେ ଲକ୍ଷ୍ମୀପୁର ଗୋଷ୍ଠୀ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ବେହେରା ଓ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ନୂତନ ନିୟମିତ ଶିକ୍ଷକ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଉଚିତ୍ ମାର୍ଗ ଦର୍ଶନ ପାଇଁ ପ୍ରେରଣା ଦେବାକୁ ଓ ସମାଜରେ ପ୍ରତିଷ୍ଠିତ ଶିକ୍ଷକ ଭାବେ ଗଢ଼ି ତୋଳିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଦ୍ଵାରା ପ୍ରେରିତ ନିର୍ଦ୍ଦେଶ ନାମା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅର୍ପଣ କରାଯାଇ ଥିଲା । ବରିଷ୍ଠ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ମମତା ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ଓ ନିୟମିତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଖୁସିରେ ଛାତ୍ର ଛାତ୍ରୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ