Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଦୁଅରେ ପରିପୂର୍ଣ ସାନ ବଡ଼ିଙ୍ଗା

କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ରାଜପୁଟ ପଞ୍ଚାୟତର ସାନବେଡିଗାଁ ଗାଁର ଡମ ସାହି ଓ ମଝିସାହି ଦେଇ ଯ଼ାଇଥିବା ରାସ୍ତାଟି ଦିର୍ଘ ଦିନ ହେଲା ସଚୋନୀୟ ହୋଇ ପଡିରହିଛି. ଅଳ୍ପ ବର୍ଷା ହେଲେ ମଧ୍ୟ ଏହି ରାସ୍ତାରେ ପାଣି ଜମି କାଦୁଅ ଭରିଯ଼ାଉଛି. ଫଳରେ ଗ୍ରାମବାସୀ ଉକ୍ତ ରାସ୍ତାରେ ଯ଼ାତାୟତ କରିବାରେ ଅସୁବିଧା ସୃଷ୍ଟି ହୋଉଥିବା ଅଭିଯ଼ୋଗ କରିଛନ୍ତି. ଏନେଇ ପ୍ରଶାସନ, ସରପଞ୍ଚଙ୍କୁ ଅନେକ ଥର ଜଣାଇବା ସତ୍ବେ କୌଣସି ପଦକ୍ଷପ ଗ୍ରହଣ କରାଯ଼ାଇ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି. ଏହି ରାସ୍ତାରେ ପାଣି ଜମି ରହୁଥିବାରୁ ମଶା ମାଛିଙ୍କ ସଂଖ୍ୟା ବଢିବାରେ ଲାଗିଛି. ଫଳରେ ଗାଁରେ ଅନେକ ଅସୁସ୍ଥ ହୋଇପଡୁଛନ୍ତି. ଗ୍ରାମବାସୀ କାଇଛନ୍ତି ଯେଉଁ ରାସ୍ତା ଗୁଡିକ ଭଲଥାଏ ସେସବୁ ମରାମତି ହୋଇଯାଉଛି କିନ୍ତୁ ପ୍ରଶାସନଙ୍କୁ ଏହିପରି ସମସ୍ୟା ଦୃଷ୍ଟିଗୋଚର ହେନି ବୋଲି ଅଭିଯୋଗ କରିଛନ୍ତି,ତେଣୁ ଉକ୍ତ ରାସ୍ତାରେ ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି. ଏନେଇ ସରପଞ୍ଚ ପିତାମ୍ବର କ୍ରିସାନୀଙ୍କ ସହ ଯ଼ୋଗାଯ଼ୋଗ କରିବାରୁ ସେ ରାସ୍ତା ପରିଦର୍ଶନ କରିବା ସହ ଉକ୍ତ ରାସ୍ତା ନିର୍ମାଣ କରିବା ପାଇଁ ପ୍ରତିଶୃତି ପ୍ରଦାନ କରିଛନ୍ତି. ଏହି ରାସ୍ତା ତୁରନ୍ତ ନିର୍ମାଣ କରିବା ନେଇ ଗ୍ରାମର ହରି ପାଙ୍ଗି, ପଦୁ ମୁଠାଇ, ଭଗବାନ ଦାମୀ, ରଘୁ ଦାମୀ, ରାମଚନ୍ଦ୍ର ଖିନିବୁଡି, ମୀନ ଖରା ପ୍ରମୁଖ ଦାବୀ ଜଣାଇଛନ୍ତି.
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ