Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୬ ନମ୍ବର ଜାତୀୟ ରାଜପଥ ରେ ଦୁଇଟି ଦୁର୍ଘଟଣା, ୫ ଆହତ, ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଖଲ୍ଲିକୋଟ–୨୭/୦୭–ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ରେ ଆଜି ଦୁଇଟି ପୃଥକ ଦୁର୍ଘଟଣା ଘଟି ୫ ଜଣ ଆହତ ହୋଇଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥ ର ଚଣ୍ଡୀ ଢାବା ନିକଟରେ ଆଜି ପୂର୍ବାହ୍ନରେ ପିକଅପ୍ ଭ୍ୟାନ ଧକ୍କାରେ ୨ ବାଇକ୍ ଆରୋହି ଆହତ ହୋଇଛନ୍ତି । ଦୁଇ ଆହତ ହେଲେ ଫାସିଡି ଗ୍ରାମର ଯତୀନ ପାତ୍ର ଓ ମଥୁରା ଗ୍ରାମର ଡାକ ପାତ୍ର ବୋଲି ଜଣା ପଡ଼ିଛି । ଆଜି ପୂର୍ବାହ୍ନରେ ଏକ ହିରୋ ପେସନ ପ୍ରୋ ବାଇକ୍ ନମ୍ବର OR 02 BD 3309 ଯୋଗେ ଯତୀନ ପାତ୍ର ଓ ଡାକ ପାତ୍ର ନାମକ ଦୁଇ ଯୁବକ ରମ୍ଭା ରୁ କେଶପୁର ଅଭିମୁଖେ ଯାଉଥିବା ସମୟରେ ହଠାତ୍ ୧୬ ନଂ ଜାତୀୟ ରାଜପଥର ଚଣ୍ଡୀ ଢାବା ନିକଟରେ ବ୍ରହ୍ମପୁର ରୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନ ବାଇକ୍ ପଛକୁ ଶକ୍ତ ଧକ୍କା ଦେଇଥିଲା । ଯାହା ଫଳରେ ଯତୀନ ଓ ଡାକ ଦୁହେଁ ଗାଡ଼ି ରୁ ଛିଟିକି ଯାଇ ତଳେ ପଡି ଆହତ ହୋଇଥିଲେ । ଖବର ପାଇ ହାଇୱେ ପେଟ୍ରୋଲିଂ ଏସ୍ପିଓ ପି. ସିମାଦ୍ରି ରେଡି , ଏସ ଆଇ ସିମାଞ୍ଚଳ ସେଠୀ ଏବଂ ଡ୍ରାଇଭର ଲିଙ୍ଗରାଜ ବେହେରା ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁଇ ଆହତଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଯତୀନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଡାକ ପାତ୍ର ଖଲ୍ଲିକୋଟ ମେଡ଼ିକାଲରେ ଚିକିତ୍ସାଧିନ ଅଛନ୍ତି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନଟି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡିଛି ।
ସେହିପରି ଆଜି ପୂର୍ବାହ୍ନରେ କେଶପୁର ହନୁମାନ ମନ୍ଦିର ନିକଟରେ ସାଇକେଲ କୁ ଗୋଟିଏ ବାଇକ ଧକ୍କା ଦେବାରୁ ୩ ଜଣ ଆହତ ହୋଇଛନ୍ତି ।ଖଲ୍ଲିକୋଟ ଥାନା ଅନ୍ତର୍ଗତ ଉପର ଆଲପୁର ଗ୍ରାମର ନରେନ୍ଦ୍ର ପ୍ରଧାନ ସାଇକେଲ ଯୋଗେ ମିସ୍ତ୍ରୀ କାମ କରିବା ପାଇଁ ଲୋଙ୍ଘର ଗ୍ରାମ କୁ ଯାଉଥିବା ବେଳେ ଭୁବନେଶ୍ୱର ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ବାଇକ ନମ୍ବର OD 07 AN 6972 କେଶପୁର ହନୁମାନ ମନ୍ଦିର ନିକଟରେ ସାଇକେଲ ପଛକୁ ଶକ୍ତ ଧକ୍କା ଦେଇଥିଲା ।ଫଳରେ ସାଇକେଲ ଆରୋହୀ ନରେନ୍ଦ୍ର ପ୍ରଧାନ ଓ ଦୁଇ ବାଇକ ଆରୋହୀ ଗାଙ୍ଗପୁର ର ଦିଲ୍ଲୀପ ପ୍ରଧାନ ଏବଂ ସିଙ୍ଗିପୁର ର ଚନ୍ଦନ ବିଷୋୟୀ ତଳେ ପଡି ଗୁରୁତର ଆହତ ହୋଇଥିଲେ ।ତୁରନ୍ତ ଅଗ୍ନିଶମ ଗାଡ଼ି ଯୋଗେ ଆହତ ୩ ଜଣଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇ ଥିଲା ।ସେଠାରେ ସାଇକେଲ ଆରୋହୀ ନରେନ୍ଦ୍ର ପ୍ରଧାନ ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି ।ଖବର ପାଇ ଖଲ୍ଲିକୋଟ ପୋଲିସ ପହଞ୍ଚି ବାଇକ ଓ ସାଇକେଲ କୁ ଜବତ କରି ଘଟଣାର ତଦନ୍ତ କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories