Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋବରା ରେ ସ୍ବର୍ଗତ ଅମୁଲ୍ୟଦାସଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ଓ ସ୍ମୃତି ସଭା,

ବେଲଗୁଣ୍ଠା, 27/07,ଗୋଵରା ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟ ଠାରେ ବିଶିଷ୍ଟ ଶିକ୍ଷାବିତ୍ ସ୍ଵର୍ଗତ ଅମୂଲ୍ୟ ଦାସଙ୍କ ଚତୁର୍ଥ ବାର୍ଷିକୀ ଓ ସ୍କୃତିସଭା ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ଵଭାରତୀ ଠାରୁ ଏକ ଶୋଭାଯାତ୍ରା ନଗର ପରିକ୍ରମା କରିଵା ପରେ ଗୋଵରା–ଵିରିପୁର ରାସ୍ତାରେ ଅତିଥି ଏବଂ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଦ୍ବାରା ବୃକ୍ଷ ରୋପଣ କରାଯାଇଥିଲା I ଏହା ସହ ବିଶ୍ଵଭାରତୀ ପରିସରରେ ସମାଜସେବୀ ଶୂଳପାଣି ଶତପଥୀ, ଗୋପାଳ ଚନ୍ଦ୍ର ଲେଙ୍କା, କୁଞ୍ଜବିହାରୀ ନାୟକ, ଭୁବନେଶ୍ୱରସ୍ଥିତ ତେଜସ୍ଵିନୀ ସଂସ୍ଥାର ନିର୍ଦ୍ଦେଶକ ସଚିଦାନନ୍ଦ ଶତପଥୀ ପ୍ରମୁଖଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା । ଏହି ଅବସରରେ ବିଶ୍ଵଭାରତୀ ସଭାପତି କୁଞ୍ଜବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍କୃତି ସଭାରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଓ ପ୍ରାଣୀ ତତ୍ବାବଧାରକ ସୁଦର୍ଶନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅମୂଲ୍ୟ ଦାସଙ୍କ ସ୍ବୃତି ଚାରଣ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉତ୍ତମ ମଣିଷ ରୂପେ ଗଢି ତୋଳିବା ପାଇଁ ବହୁ ଉପଦେଶ ପ୍ରଦାନ କରିଥିଲେ । ସେହିପରି ସ୍ଵତନ୍ତ୍ର ଅତିଥି ଭାବେ ଆସ୍କା ଚିନି ଶିଳ୍ପ ଲିମିଟେଡ ସଭାପତି ରବିନ୍ଦ୍ର କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳ ଏବଂ ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷ ଵିଷ୍ଣୂପ୍ରସାଦ ପଟ୍ଟନାୟକ,ଅଧ୍ୟକ୍ଷା ମାମା ପରିଡା, ସମାଜସେବୀ ଶୂଳପାଣି ଶତପଥୀ, ସଙ୍ଗଠକ ରାମେଶ୍ବର ପାତ୍ର, ସମାଜସେବୀ କୁଞ୍ଜବିହାରୀ ନାୟକ, ଶିକ୍ଷାବିତ ତଥା ଓକିଲ ସନ୍ତୋଷ କୁମାର ବିଶ୍ବାଳ ପ୍ରମୁଖ ଯୋଗଦେଇ ସ୍ଵର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ । ସ୍ଵର୍ଗତ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ଅତିଥିଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ବିଶିଷ୍ଟ ପରିବେଶବିତ ଶରତ କୁମାର ସ୍ଵାଇଁ,ଦୃତୀକୃଷ୍ଣ ଲେଙ୍କା, ଗାୟତ୍ରୀ କୁମାରୀ ମିଶ୍ର, ଅମରେନ୍ଦ୍ର ପଟ୍ଟନାୟକ ଏବଂ ଆଦର୍ଶ କୃଷକ ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I କମିଟି ସଦସ୍ୟ ଗୋରାଚାନ୍ଦ ସ୍ଵାଇଁ,ସ୍ଵସ୍ତି ସୁନ୍ଦର ଶିୟ, ଚନ୍ଦ୍ରଶେଖର ପଣ୍ଡା,ମୂନେନ୍ଦ୍ର କୁମାର ପରିଡ଼ା,ଶିଶିର କୁମାର ସ୍ଵାଇଁ ମାନପତ୍ର ପଠନ କରିଥିବା ବେଳେ ସ୍ମୃତି କମିଟି ଅଧ୍ୟକ୍ଷ ଵିଭୁପାଦ ଜେନା ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶ୍ଵଭାରତୀର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ ଏବଂ ସ୍ଵସ୍ତିସୁନ୍ଦର ଶିୟ ଵେଦପାଠ କରିଥିଲେ । ଶେଷରେ ମୁନିନ୍ଦ୍ର କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଗୋପାଳ ଚନ୍ଦ୍ର ଲେଙ୍କା ପରିଚାଳନା କରିଥିଲେ I ଏହି କାର୍ଯ୍ୟକ୍ରମରେ ଅମୂଲ୍ୟ ଦାସ ସ୍କୃତି କମିଟିର ସମସ୍ତ ସଦସ୍ୟ ସମେତ ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ର ଓ କର୍ମଚାରୀ ବୃନ୍ଦ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ