Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯନ୍ତ୍ରୀ ଙ୍କୁ ଠେଲାପେଲା ସହ ଧମକ ଦେବା ମାମଲା…ଠିକାଦାର ଗିରଫ,ଜାମିନ ନାମଞ୍ଜୁର…

ଲକ୍ଷ୍ମୀପୁର 27.07 କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ର ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଙ୍କୁ ତାଙ୍କ ସରକାରୀ ବାସଭବନ ରେ ଜଣେ ଠିକାଦାର ଅଧୀନ ରେ କାର୍ଯ୍ୟ କରୁଥିବା ପେଟି ଠିକାଦାର ଯନ୍ତ୍ରୀ ଙ୍କୁ ଠେଲା ପେଲା କରିବା,  ଜବରଦସ୍ତି କାର୍ଯ୍ୟ କରିବାକୁ ନଦେଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ରେ ସମ୍ପୃକ୍ତ ଠିକାଦାର ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି…. ପୋଲିସ ର ସୂଚନା ମୁତାବକ ସୋମବାର ଦିନ ସନ୍ଧ୍ୟା ରେ ସେମିଲିଗୁଡା ର ଠିକାଦାର ଚନ୍ଦନ ବିଶୋଇ ଙ୍କ ଅଧୀନ ରେ କାମ କରୁଥିବା ପେଟି ଠିକାଦାର ଅଶୋକ ଜେନା ଲକ୍ଷ୍ମୀପୁର ପୂର୍ତ୍ତ ବିଭାଗ ଯନ୍ତ୍ରୀ ଭାଗିରଥି ପାଢୀ ଙ୍କ ସରକାରୀ ବାସଭବନ ରେ ପହଂଚି  ତାଙ୍କୁ ବିଭିନ୍ନ ପ୍ରକାର ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରିବା ସହ  ନାରାୟଣପାଟଣା ବକ୍ସଏଲ ବ୍ରିଜ ଉପରେ ପିଚୁ କାମ ସକାଶେ ଅନୁମତି କାହିଁକି ଦେବୁନାହିଁ ବୋଲି କହିବା ସହ ଯନ୍ତ୍ରୀ ଙ୍କୁ ଠେଲାପେଲା କରିବା ସହ ଜୀବନରେ ମାରିଦେବାକୁ  ଧମକ ଦେଇଥିଲେ… ଏ ନେଇଁ ସମ୍ପୃକ୍ତ ଯନ୍ତ୍ରୀ ତାଙ୍କ ଉପରିସ୍ତ ଅଧିକାରୀ ଙ୍କୁ ଜଣାଇଥିଲେ, ବିଭାଗୀୟ ପୂର୍ତ୍ତ ବିଭାଗ ଡିଭିଜନ ସୁପେରିଟେଣ୍ଡେଣ୍ଟ   ଇଞ୍ଜିନିଅର ସତ୍ୟନାରାୟଣ ଖୁରା ଜିଲ୍ଲାପାଳ ଙ୍କୁ ଅବଗତ କରାଇବା ପରେ ଲକ୍ଷ୍ମୀପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ, ଲକ୍ଷ୍ମୀପୁର ଥାନା ପୋଲିସ ଅଭିଯୋଗ କୁ ଆଧାର କରି ତଦନ୍ତ କରିବା ପରେ ପେଟି ଠିକାଦାର ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି, ଲକ୍ଷ୍ମୀପୂର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ରେ ଅଶୋକ ଙ୍କ ଜାମିନ ନାମଞ୍ଜୁର ହେବାରୁ 31ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଛି, ଅଶୋକ ଙ୍କ ନାମରେ ପୋଲିସ ଦଫା 452,341,294,323ଓ ଆ ଇ ପିସି 506ରେ ମାମଲା ଦାୟର କରିଛି….ଗତକାଲି କିଛି ଲୋକେ ଏ ନେଇଁ ସମାଧାନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଜିଲ୍ଲା ର ବିକାଶ କାର୍ଯ୍ୟ ରେ ବାଧା ସୃଷ୍ଟି କରି ସରକାରୀ କର୍ମଚାରୀ ଙ୍କୁ ମାଡ ମାରିବା ଧମକ ଦେବା ଭଳି ବିଶୃଙ୍ଖଳା ବ୍ୟକ୍ତି ବିଶେଷ ଙ୍କୁ କୌଣସି ପ୍ରକାରେ ସାଲିସ କରାଯିବ ନାହିଁ ବୋଲି କୁଆଡେ ଜିଲ୍ଲା ସ୍ତରରୁ ଖବର ଆସିବା ପରେ ଆଉ କୌଣସି ସମାଧାନ ହୋଇ ପାରିନଥିବା ଚର୍ଚ୍ଚା ହେଉଥିଲା…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ