Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋବାଇଲ ଓ ଟଙ୍କା ଲୁଟି ନେଇଁ ନ ପାରିବା ପରେ…ଯୁବକ ଙ୍କୁ ଛୁରୀ ମାରି ଦୁର୍ବୁତ୍ତ ଫେରାର…

ଲକ୍ଷ୍ମୀପୂର 26.07 କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଦିନକୁ ଦିନ ଅପରାଧ ରାହାଜାନି ଦାଦା ବଟୀ ଭଳି ଘଟଣା   ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ପାହାନ୍ତିରେ ଫୁଲବାଣିରୁ ଅକ୍ଷୟ ମାଣ୍ଡିଙ୍ଗା ନାମକ ଯୁବକ ନିଜ ଗାଁ ଦଶମନ୍ତପୁର ବ୍ଲକ ର ବିରୀଗୁଡା କୁ ଯିବାକୁ ଥିବାବେଳେ ସେ ଲକ୍ଷ୍ମୀପୁର ବଜାରରେ ପାହାନ୍ତିଆ 4ଟାରେ ଓଲାଇ ପଡ଼ିଥିଲେ ।ଲକ୍ଷ୍ମୀପୂର ରେ ଓଲ୍ଲାଇବା ପରେ ଚା ଦୋକାନ ରେ ପହଞ୍ଚି ଚା ପିଇବା ସମୟରେ ଅନ୍ୟ ଜଣେ ଯୁବକ ଙ୍କ ସହ କଥା ବାର୍ତା ହୋଇଥିଲେ,ଉକ୍ତ ଯୁବକ ଜଣକ ଆମ ଘର ଏଠି ଚର୍ଚ ପାଖରେ ଚାଲ ବୁଲିକି ଆସିବା ରାତ୍ର ହୋଇଛି ସକାଳୁ ଯିବ  ବୋଲି କହିବା ପରେ କିଛି ସମୟ ପରେ ଅକ୍ଷୟ  ବିଶ୍ୱାସ ଜନ୍ମାଇ ତାଙ୍କ ସହ ଯାଇଥିଲେ ।ଦୁହେଁ ମିସି  ଲକ୍ଷ୍ମୀପୁର ରାମ ମନ୍ଦିର ପାଖରେ ପହଁଚିବା ପରେ ଉକ୍ତ ଯୁବକ ଜଣକ ଅକ୍ଷୟଙ୍କ ଠାରୁ ଟଙ୍କା ଓ ମୋବାଇଲ ଟାଣିବାକୁ ଚେଷ୍ଟା କରିଥିଲା, ଅକ୍ଷୟ ମନା କରିବା ସହ ଟଣା ଓଟରା ହେବା ପରେ ଦୁର୍ବୁତ୍ତ ଛୁରୀ ଆକ୍ରମଣ କରିଥିଲା,ତାଙ୍କ ଠାରୁ ପଇସା ଓ ମୋବାଇଲ୍ ନନେଇ ଅନ୍ୟ କାହାକୁ ଦେଖି ଦୁର୍ବୁତ୍ତ ଚମ୍ପଟ ମାରିଥିବା ବେଳେ ସେଠାକାର କିଛି ଲୋକ ତାଙ୍କୁ ଉଧାର କରି ଲକ୍ଷ୍ମୀପୁର ଡାକ୍ତର ଖାନାରେ ଭର୍ତି କରିଥିଲେ,  ଅକ୍ଷୟ ଙ୍କ ବେକ ପଛପଟେ  ଓ ହାତ ରେ ଗଭୀର ଆଘାତ ଲାଗିଥିବା ବେଳେ ଅତି ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କୋରାପୁଟ ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଛନ୍ତି। ଏନେଇ ଲକ୍ଷ୍ମୀପୁର ଥାନାରେ ଏକ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଚଲାଇଥିବା ଜଣା ପଡିଛି… ୪ଦିନ ତଳେ ରେଲଓ୍ଵେ କଲନୀ ପାଖରେ ଗେଲ୍ ଇଣ୍ଡିଆ ଗ୍ୟାସ୍ କମ୍ପାନିର ଜଣେ କର୍ମଚାରିଙ୍କୁ କିଛି ଯୁବକ  ଦାଦା ବଟି ସକାଶେ ଛୁରି ଭୁସି ଚାଲି ଜାଇଥିଲେ।ତାଙ୍କ ଦେହରେ ପ୍ରାୟ ୫୦ରୁ ଉର୍ଦ୍ଧ ସ୍ଥାନରେ ଛୁରି ଓ ବିଅର ବୋତଲ ରେ ଭୁସାଜାଇଥିବା ବେଳେ ତାଙ୍କୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଲକ୍ଷ୍ମୀପୁର ଡାକ୍ତର ଖାନା ଓ ପରେ ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଜାଇଥିଲା।ସେହି ଘଟଣାରେ ପୋଲିସ୍  ତଦନ୍ତରେ ଲାଗି ପଡିଥିବା ବେଳେ ଆଜି ପୁଣି ଜଣେ ଯୁବକକୁ କେହି ଛୁରୀ ମାରି ଚାଲି ଜାଇଛିଥିବା ଘଟଣା ଅଞ୍ଚଳ ରେ ଚାଞ୍ଚଲ୍ୟ ଖେଳି ଯାଇଛି…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ