Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡକାୟତି ଦଳକୁ ଧରିଲା ସେମିଲିଗୁଡା ପୋଲିସ

ସେମିଳିଗୁଡା ଜୟପୁର ଅଂଚଳରୁ ଆସି ସେମିଳିଗୁଡା ର ଏକ ଭଡା ଘରେ ରହି 26 ନମ୍ବର ଜାତୀୟ ରାଜପଥ ରେ ଲୁଟ ପାଇଁ ଯୋଜନା କରୁଥିବା ଏକ ଡକାୟତ ଗ୍ୟାଙ୍ଗ କୁ ସେମିଳିଗୁଡା ପୋଲିସ କାବୁ କରିବାକୁ ସକ୍ଷମ ହୋଇଛି ଏଥି ସହିତ ସେମାନଙ୍କ ଠାରୁ ଦେଶୀ ବନ୍ଧୁକ ସହ ଅନ୍ୟ ମରଣାସ୍ତ୍ର ଜବତ କରାଯାଇଛି
ସେମିଳିଗୁଡା ପୋଲିସ ସୂତ୍ରରୁ ପ୍ରକାଶ ଯେ ଗତକାଲି ଅପରାହ୍ନ ରେ ସେମିଳିଗୁଡା ଥାନା ପଛ ଗଣେଷ ନଗର ଚର୍ଚ୍ଚ ପଛ ଏକ ଘରେ କିଛି ଯୁବକ ମରଣାସ୍ତ୍ର ସହ ବସିଥିବା ସୂଚନା ମିଳିବାପରେ ଏସ ଏସ ଆଇ ଦିଗାନ୍ତ ବିହାରୀ ପ୍ରଭୁ ସହାୟ ଙ୍କ ନେତୃତ୍ୱ ରେ ଏକ ଟିମ ଉକ୍ତ ଘର ଉପରେ ଚଢ଼ାଉ କରିବା ସମୟରେ ଏକାଧିକ 6 ଯୁବକ ଙ୍କୁ ଏକାଧିକ ମରଣାସ୍ତ୍ର ସହିତ ରହିଥିବା ଦେଖି ସମସ୍ତ ଙ୍କୁ କାବୁ କରି ଥାନା କୁ ଆଣିଥିଲେ ପଚରା ଉଚରା ପରେ ସେମାନେ ଜାତୀୟ ରାଜପଥ ରୁ ଲୁଟ କରିବା ପାଇଁ ଯୋଜନା କରୁଥିବା ପୋଲିସ ନିକଟରେ ସ୍ୱୀକାର କରିବା ପରେ ବେଆଇନ ମରଣାସ୍ତ୍ର ସହ ଡକାୟତି ଯୋଜନା ଅଭିଯୋଗ ରେ ଜୟପୁର ବାରିଣିପୁଟ ଅଞ୍ଚଳର ଅଜୟ ବାଘ (21), ଷ୍ଟିଫେନ ଥାପା (22), ଇଫାନ କୁଳଦୀପ (19), ମାଛକୁଣ୍ଡ ଥାନା ମନ୍ତ୍ରୀପୁଟ ଗ୍ରାମର କୁନାଲ ଖରା (19), ଜୁନାଗଡ଼ କଳାହାଣ୍ଡି ଅଞ୍ଚଳ ର ଭାଗିରଥି ନାୟକ (18 ) ଓ ସୁନାବେଡା ଥାନା ଚଉଗାଁ ର ଈଶ୍ୱର ସୁନା (19) ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ଦେଶୀ ପିସ୍ତଲ, ଗୋଟିଏ ରାଉଣ୍ଡ ଗୁଳି, ଗୋଟିଏ ଖଣ୍ଡା, ଗୋଟିଏ ଛୁରୀ, 9510 ଟଙ୍କା, 8 ଟି ମୋବାଇଲ ଓ OR10J 2160 ନମ୍ବର ବିଶିଷ୍ଟ ଏକ ମାରୁତି ରିଟଜ଼ କାର ଜବତ କରିବା ସହ ସେମିଳିଗୁଡା ଥାନା କେସ ନଂ 103/23 ରେ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରିଛି, ଅଭିଯୁକ୍ତ ମାନେ ରାତିରେ ରାଜପଥ ରେ ବୁଲାବୁଲି Stars ସହ ଗଞ୍ଜେଇ ଚାଲାଣ ହେଉଥିବା ଗାଡି ଗୁଡିକୁ ଅପହରଣ କରିବା ଅପେକ୍ଷା ରେ ରହୁଥିଲେ ଓ ଗିରଫ ହୋଇଥିବା କୁନାଲ ନା ରେ ମାଛକୁଣ୍ଡ ଥାନାରେ ପୂର୍ବରୁ ଗଞ୍ଜେଇ ଚାଲାଣ କେସ ରହିଥିବା ନେଇ ସେମିଳିଗୁଡା ଆଇ ଆଇ ସି ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାପାତ୍ର ସୂଚନା ଦେଇଛନ୍ତି
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ