Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଆ ଭାଷାକୁ ଅପମର୍ଯ୍ୟାଦା ,ସାହିତ୍ୟ ପ୍ରେମୀଙ୍କ ବିରୋଧ,

ବେଲଗୁଣ୍ଠା ,28/07, ବେଲଗୁଣ୍ଠା ପଞ୍ଚାୟତ ସମିତି ଅନ୍ତର୍ଗତ ଶାସନ ପଞ୍ଚାୟତ ଅଧୀନ ବଦଦୋଡଙ୍ଗା ସ୍ଥିତ ଉଚ୍ଚ ବିଦ୍ୟାଳୟର ନାମକରଣ ପ୍ରାରମ୍ଭରୁ ପରିଚାଳନା କମିଟି ଓ ଅଞ୍ଚଳବାସୀଙ୍କ ସମ୍ମତ କ୍ରମେ “ଆଦର୍ଶ ଉଚ୍ଚ ବିଦ୍ୟାଳୟ” ଆର୍ଯ୍ୟବିହାର ନାମରେ ନାମିତ କରାଯାଇଥିଲା କିନ୍ତୁ କିଛି ବର୍ଷପରେ ଏହାର ବିଚ୍ୟୁତି ଦେଖାଯାଇଥିଲା ଆଦର୍ଶ ଉଚ୍ଚ ବିଦ୍ୟାଳୟ କିମ୍ବା ଇଂରାଜୀରେ model high school ନଲେଖି ମୋଡେଲ ଉଚ୍ଚ ବିଦ୍ୟାଳୟ ବୋଲି ଫଳକ ଲାଗିଥିଲା ଯାହା ଅଞ୍ଚଳବାସୀଙ୍କ ଭାବାବେଗକୁ କ୍ଷତ ସୃଷ୍ଟି କରିବା ସହ ମାତୃଭାଷାର ଅମର୍ଯ୍ୟଦା ହୋଇଛି ଏହି ବିଚ୍ୟୁତି ବା ଭାଷାର ବର୍ଣ୍ଣସଙ୍କର ଦୃଷ୍ଟି ଗୋଚର ହେବା ପରେ ବିଭିନ୍ନ ଭାଷାବିତ, ଶିକ୍ଷାବିତ୍ ଏବଂ ବୁଦ୍ଧିଜୀବୀ ଏହାର ସଂଶୋଧନ ହେବା ଆବଶ୍ୟକ ବୋଲି ହୃଦୟଙ୍ଗମ କରିଥିଲେ ଫଳସ୍ୱରୂପ ବିଶିଷ୍ଠ ଶିଶୁ ସାହିତ୍ୟିକ ତଥା ସମ୍ବାଦ ସାହିତ୍ୟ ଘରର ସଭାପତି ଶିକ୍ଷାବିତ୍ ଅଭୁମନ୍ୟୁ ଦଳାଇ ଓ ରେସ୍ପଣ୍ଡ ଟ୍ରଷ୍ଟ ଅଧକ୍ଷ ସ୍ବସ୍ତି ସୁନ୍ଦର ସିଅ ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତିରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ସାକ୍ଷାତ କରି ସଂଶୋଧନ ପାଇଁ ଅନୁରୋଧ କରିଛନ୍ତି ଏବଂ ଟ୍ୱିଟର ମାଧ୍ୟମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଜିଲ୍ଲାପାଳ, ଗଣଶିକ୍ଷା ବିଭାଗକୁ ଅବଗତ କରାଯାଇଛି l ଯଥା ଶୀଘ୍ର ଏହାର ସଂଶୋଧନ ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ