Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୦୧ ଲଂଗଳେଶ୍ବର ବୋମା ମାଡ଼ ଘଟଣା, ୨୨ ବର୍ଷ ପରେ ଆସିଲା ରାୟ, ଅଭିଯୁକ୍ତକୁ ୭ ବର୍ଷ ଜେଲଦଣ୍ଡ ଶୁଣାଇଲେ ସବଜର୍ଜ

ଖଲ୍ଲିକୋଟ–୨୮/୦୭–ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଂଗଳେଶ୍ବର ଗ୍ରାମରେ ଗତ ୨୦୦୧ ମସିହାରେ ଘଟିଥିବା ବୋମା ମାଡ଼ ଘଟଣା ର ଦୀର୍ଘ ୨୨ ବର୍ଷ ପରେ ଆଜି ଆସିଲା ରାୟ ।ଏହି ବୋମା ମାଡ଼ ଘଟଣା ରେ ଜଣେ ମହିଳା ଙ୍କ ଡାହାଣ ହାତ କଟି ଯାଇଥିଲା ।ଅଭିଯୁକ୍ତକୁ ସର୍ବାଧିକ ୭ ବର୍ଷ ଜେଲଦଣ୍ଡ ସହ ୪ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ଖଲ୍ଲିକୋଟ ସବଜର୍ଜ ଜୟ ପ୍ରକାଶ ନାୟକ ।ବିବରଣୀ ରୁ ପ୍ରକାଶ ଯେ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଂଗଳେଶ୍ବର ଗ୍ରାମର ମିଟୁ କୁମାର ନାହାକ ଗତ ୧୮.୦୬.୨୦୦୧ ରାତି ୯ଟାରେ ସେହି ଗ୍ରାମର ବିଚିତ୍ର କୁମାର ସେଠୀ ଙ୍କ ଟେଲରିଂ ଦୋକାନ ରେ ବସି କାମ କରୁଥିବା ବେଳେ ଅଭିଯୁକ୍ତ ମିଟୁ ଓରଫ କାର୍ତ୍ତିକ ଦଳେଇ ଆସି ତାଙ୍କୁ ବାହାରକୁ ଡାକିଥିଲେ ।ମିଟୁ ନାହାକ ବାହାରକୁ ଆସିବା ମାତ୍ରେ କାର୍ତ୍ତିକ ତାଙ୍କୁ ଆକ୍ରମଣ କରି ତଳେ ପକାଇ ଦେଇଥିଲେ ।ଗ୍ରାମବାସୀ ଦୌଡି ଆସିବାରୁ କାର୍ତ୍ତିକ ସେଠାରୁ ପଳାଇ ଯାଇଥିଲେ ।କିଛି ସମୟ ପରେ କାର୍ତ୍ତିକ ଦଳେଇ ନିଜ ବାପା ପବନା ଦଳେଇ ସହିତ ମିଶି ମିଟୁ ଙ୍କ ଘରକୁ ଯାଇ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରିଥିଲେ ।ପାଟିତୁଣ୍ଡ ଶୁଣି ମିଟୁ ଙ୍କ ମାଆ କୌତୁକି ନାହାକ ବାହାରକୁ ଆସିବା ମାତ୍ରେ କାର୍ତ୍ତିକ ହାତରେ ଧରିଥିବା ଦୁଇଟି ବୋମା ମଧ୍ୟରୁ ଗୋଟିଏ ବୋମା ଫିଙ୍ଗିଥିଲା ।ବୋମା କୌତୁକି ଙ୍କ ଡାହାଣ ହାତରେ ବାଜି ବିସ୍ଫୋରଣ ହୋଇଥିଲା ।ବୋମା ବିସ୍ଫୋରଣରେ କୌତୁକି ଙ୍କ ଡାହାଣ ହାତ କଟି ଯାଇଥିବା ବେଳେ ସେ ବେହୋସ ହୋଇ ପଡ଼ି ଯାଇଥିଲେ ।ଆଉ ଗୋଟିଏ ବୋମା ଘର ଉପରକୁ ଫିଙ୍ଗିଥିଲା ।ବୋମା ବିସ୍ଫୋରଣରେ ଦୁଇ ପଡୋଶୀ ଆହତ ହୋଇଥିଲେ ।ତୁରନ୍ତ ଚିକିତ୍ସା ପାଇଁ ଆହତ ମାନଙ୍କୁ ଖଲ୍ଲିକୋଟ ମେଡ଼ିକାଲ କୁ ଅଣାଯାଇଥିଲା ।ତେବେ କୌତୁକି ନାହାକ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା ।ଏ ସମ୍ପର୍କରେ ମିଟୁ ନାହାକ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗ କୁ ଭିତ୍ତି କରି ଖଲ୍ଲିକୋଟ ଥାନା କେସ ନମ୍ବର ୯୩/୨୦୦୧ ଅନୁଯାୟୀ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ୧୭.୦୮.୨୦୦୧ ରେ ଅଭିଯୁକ୍ତ କାର୍ତ୍ତିକ ଦଳେଇ କୁ ପୋଲିସ ଗିରଫ କରିଥିଲା ।ଅଭିଯୁକ୍ତ ବିରୋଧରେ ଦଫା ୩୪୧,୩୨୩,୩୨୪,୩୨୬,୩୦୭,୫୦୬,୩୪ଆଇପିସି ଓ ସେକ୍ସନ ୩ ଅଫ ଇ ଏସ ଆକ୍ଟ ସବଜର୍ଜ ଙ୍କ କୋର୍ଟ କେସ ନମ୍ବର ଏସ ଟି ୧୮୨/୨୦୦୯ ଅନୁଯାୟୀ ମାମଲା ଚାଲିଥିଲା ।ଏହି ମାମଲାରେ ମୋଟ ୯ ଜଣ ସାକ୍ଷ ପ୍ରଦାନ କରିଥିଲେ ।ସବୁ ସାକ୍ଷ ପ୍ରମାଣ କୁ ବିଚାର କରି ଅଭିଯୁକ୍ତ ମିଟୁ ଓରଫ କାର୍ତ୍ତିକ ଦଳେଇ କୁ ସର୍ବାଧିକ ୭ ବର୍ଷ ଜେଲଦଣ୍ଡ ଓ ୪ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ଖଲ୍ଲିକୋଟ ସବଜର୍ଜ ଜୟ ପ୍ରକାଶ ନାୟକ ।ଅଭିଯୋଗ କାରୀ ଙ୍କ ପକ୍ଷରୁ ସରକାରୀ ଓକିଲ ସୁଧାଂଶୁ ଶେଖର ସାହୁ ମୋକଦ୍ଦମା ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories