Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ୍ବପୁଆ କେନ୍ଦ୍ରୀୟ ବିଦ୍ୟାଳୟରେ ଜାତୀୟ ଶିକ୍ଷାନିତୀ ୨୦୨୦ ର ସାମ୍ବାଦିକ ସମ୍ମିଳନୀ

ଗୋପାଳପୁର ୨୮/୭/୨୩ ଆମ୍ବପୁଆ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଆଜି ଜାତୀୟ ଶିକ୍ଷାନିତୀ ୨୦୨୦ର ତୃତୀୟ ବାର୍ଷିକ ଉତ୍ସବ ଉପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏଥିରେ ବିଦ୍ୟାଳୟର ଅଧକ୍ଷ ବିଘ୍ନେଶ୍ୱର ପଟନାୟକ, ପ୍ରଧାନ ଶିକ୍ଷକ ହରିହର ପଣ୍ଡା, ଆସିକା କେନ୍ଦ୍ରୀୟ ବିଦ୍ୟାଳୟର ଅଧକ୍ଷ ଡ଼. ରବୀନ୍ଦ୍ର କୁମାର ଦୁବେ, କେ. ଭି ଭଞ୍ଜନଗର ସତ୍ୟବାନ ସାହୁ, କେ. ଭି ଛତ୍ରପୁର ରାଜେନ୍ଦ୍ର କୁମାର ପଣ୍ଡା, କେ. ଭି ଦିଗପହଣ୍ଡି ବଳରାମ ମହାନ୍ତି, କେ. ଭି ହିଞ୍ଜିଳିକାଟୁ ମୁଖେଶ ପାଠୀ, ନୋବଦୟ ବିଦ୍ୟାଳୟ ସୁରଙ୍ଗିଇ କବିତା କର, କେ. ଭି ଗୋପାଳପୁର ବିରଞ୍ଚି ନାରାୟଣ ଦାଶ ପ୍ରମୁଖ ମଞ୍ଚସୀନ ଥିଲେ l ଏହି ଅବସରରେ ଭାରତ ସରକାରଙ୍କ ଶିକ୍ଷା ମତ୍ରାଳୟ ଦ୍ୱାରା ଜାତୀୟ ଶିକ୍ଷାନିତୀ ୨୦୨୦ର ତୃତୀୟ ବାର୍ଷିକ ଉତ୍ସବ ପାଳନ କରିବା ଏବଂ କେନ୍ଦ୍ରୀୟ ବିଦ୍ୟାଳୟରେ ଏହାର ପ୍ରଭାବ ଶାଳୀ କାର୍ଯ୍ୟକାରିତା ଦ୍ୱାରା ବିଦ୍ୟାର୍ଥୀଙ୍କ ଭବିଷ୍ୟତର ଉଜ୍ଜଳ ଗତିପଥ ଉପରେ ଆଲୋଚନାର ମୁଖ୍ୟ ଉଦେଶ୍ୟ ରହିଥିଲା l ବିଦ୍ୟାର୍ଥୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣା ସହ ପ୍ରଚାର୍ଯ୍ୟଙ୍କ ଦ୍ୱାରା ସ୍ୱାଗତ ଭାଷଣ ଦେଇ ଏନ ଇ ପି ୨୦୨୦ର ମହତ୍ୱ ଏବଂ ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ ଆଣିବା ପାଇଁ ଏହାର ଗୁଣାତ୍ମକ ଶିକ୍ଷାର ସର୍ବଭାରତୀୟ ପ୍ରବେଶ, ଶିକ୍ଷଣ ପାଇଁ ଏକ ସାମଗ୍ରିକ, ଆଭିମୁଖ୍ୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଘଠନରେ ଏନ ଇ ପି ୨୦୨୦ କାର୍ଯ୍ୟକାରୀ ହେବା ପରେ ହାସଲ ହୋଇଥିବା ପ୍ରମୁଖ ମାଇଲ ଖୁଣ୍ଟ ଗୁଡିକ ଉପରେ ତଥା ବିଦ୍ୟାର୍ଥୀଙ୍କ ମଧ୍ୟରେ ଏକ ସୃଜନଶୀଳ, ଅଭିନବ ମାନସିକତାକୁ ଉତ୍ସହିତ କରିବା ସହିତ ମୂଳନୀତି ଗୁଡ଼ିକ ବର୍ଣ୍ଣନା କରିଥିଲେ l କେନ୍ଦ୍ରୀୟ ବିଦ୍ୟାଳୟର ବିଦ୍ୟାଳୟ ସଙ୍ଘଠନରେ ବାଲ ବାଟିକା ମାଧ୍ୟମରେ ବାଲ୍ୟ ଶିକ୍ଷା ଉପରେ ଗୁରୁତ୍ୱ ଦେବା, ନିପୁଣ ଭାରତ ମିଶନ ସହ ସୁଖଳିତ, ଆଭିମୁଖ୍ୟ, ଖେଳନା ଭିତ୍ତିକ ଶିକ୍ଷାଦାନ, କଳା ଶିକ୍ଷାଦାନ, ଡିଜିଟାଲ ଶିକ୍ଷା, ଇ -ଶିକ୍ଷା, ଧନ୍ଦା ମୂଳକ ଶିକ୍ଷା, ଦକ୍ଷତା ଶିକ୍ଷା, କମ୍ପୁଟର ଶିକ୍ଷା, ରୋଜଗାର କ୍ଷମ ଶିକ୍ଷା, ବିଦ୍ୟାଞ୍ଜଳି ଶିକ୍ଷା, ଶିଶୁ ଶିକ୍ଷା ବାଲ ବାଟିକା ୩ ବର୍ଷରୁ ଉର୍ଦ୍ଧଙ୍କୁ ଶିକ୍ଷାଦାନ ବ୍ୟବସ୍ଥା, ଶିକ୍ଷକ ଦକ୍ଷତା ବିକାଶ ଶିକ୍ଷା,ଅଭିଭାବକ ଶିକ୍ଷା ରହିଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l କାର୍ଯ୍ୟକାରୀ ସଂଯୋଜକ ଭାବେ ପୃଥିବୀରାଜ ମହାପାତ୍ର, ଲାଇବ୍ରେରୀୟାନ ନଳିନୀ ରଞ୍ଜନ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଶେଷରେ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଜ୍ୟୋତିରମୟୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l ସଭା ଶେଷରେ ବିଦ୍ୟାଳୟ ପରିସର ରେ ଚାରା ରୋପଣ କରାଯାଇଥିଲା।
,

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories