Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର କଲେଜ ର ପରିଚାଳନା କମିଟି ର ପ୍ରଥମ ବୈଠକ ଅନୁଷ୍ଠିତ

ଗୋପାଳପୁର ୨୮/୭ ଗୋପାଳପୁର କଲେଜରେ ଆଜି କଲେଜର ନୂତନ ଭାବେ ଗଠନ ହୋଇଥିବା ପରିଚାଳନା କମିଟିର ପ୍ରଥମ ବୈଠକ କମିଟି ସଭାପତି ସି ଏଚ ଦିଲେଶ୍ଵର ରେଡିଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ଼. ଗୋପବନ୍ଧୁ ଦାଶ, ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦେଶକ ଡ଼. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଉପ ନିର୍ଦ୍ଧେଶକ ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗ ଦେଇଥିଲେ l କଲେଜ ଅଧକ୍ଷ ତଥା କମିଟି ସମ୍ପାଦକ ଡ଼. ରାମ ପ୍ରସାଦ ପଣ୍ଡା ପୁଷ୍ପଗୁଚ୍ଛ ଦେଇ ସମସ୍ତ ସଦସ୍ୟ ଙ୍କୁ ସ୍ୱାଗତ କରିଥିଲେ l କଲେଜର ଶୈକ୍ଷିକ ବାତାବରଣ ଉନ୍ନତି କରଣ ସକାଶେ ଆବଶ୍ୟକ ପଦକ୍ଷେପ ତଥା ଶ୍ରେଣୀଗୃହ, ଖେଳ ପଡ଼ିଆ ଏବଂ ଖାଲିପଡିଥିବା ପଦବୀ ପୂରଣ କରିବା ସକାଶେ ଆଲୋଚନା ହୋଇଥିଲା l ଏଥିରେ କମିଟି ସଦସ୍ୟ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଲକ୍ଷ୍ମଣ ପାଳ, ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଡ଼ଃ.ସୁଚିତ୍ରା ବେହେରା, ଅନିଲ ଯାଦବ, ସୁଲତାନ ସରିଫ, ଅଲେଖ କୁମାର ସାହୁ, ରମିଳା କୁମାରୀ ଦାଶ,ସୁଦେଷ୍ଣା ତ୍ରିପାଠୀ, ପ୍ରଣତି କୁମାରୀ ପାଢ଼ୀ, ଜି.ଅରୁଣା ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ଅଧକ୍ଷ ଡ଼.ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories