Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗେଲ ଇଣ୍ଡିଆ ସାଇଟ ମ୍ୟାନେଜେର ଙ୍କୁ ଛୁରୀ ଭୁଷା ଘଟଣା…..ଦୁଇ ଜଣଙ୍କୁ ଗିରଫ କରି  କୋର୍ଟ ଚାଲାଣ..

ଲକ୍ଷ୍ମୀପୁର.୨୩।୦୭ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଲଓ୍ଵେ କଲନୀ ନିକଟରେ ଗତ ୫ ଦିନ ତଳେ ଗେଲ୍ ଇଣ୍ଡିଆ ଗ୍ୟାସ୍ କମ୍ପାନିର କର୍ମଚାରି ଆରପି ସିଂ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ଆଜି ପର୍ଦା ଫାସ୍ କରିଛି ଲକ୍ଷ୍ମୀପୁର ପୋଲିସ୍।ଏହିଁ ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ କୋର୍ଟ୍ ଚାଲାଣ କରା ଜାଇଥିବା ପୋଲିସ୍ ତରଫରୁ ସୁଚନା ଦିଆଯାଇଛି।ଘଟଣାରେ ଆହୁରି ଅନେକ ସମ୍ପୃକ୍ତ ଥିବା ବେଳେ ସେମାନଙ୍କୁ ତୁରନ୍ତ ଗିରଫ୍ କରାଜିବ ବୋଲି ଆଇଆଇସି ଶ୍ଵେତପଦ୍ମା ସେଠ୍ ପ୍ରକାସ କରିଛନ୍ତି।ପ୍ରକାସ ଥାଉକି କିଛି ଯୁବକ  ଆରପି ସିଂଙ୍କୁ ଗତ ରବିବାର ଦିନ ଏକ ବୁଲେରୋ ଗାଡିରେ ଡାକି ନେଇ ଦାଦା ବଟି ମାଗିବା ପରେ ସେ ପ୍ରଦାନ ନ କରିବାରୁ ୫୦ରୁ ଉର୍ଦ୍ଧ ଥର ତାଙ୍କୁ ଛୁରି ଓ ବିଅର ବୋତଲ ରେ ଆକ୍ରମଣ କରିଥିଲେ।ସ୍ଥାନିୟ କିଛି ଲୋକ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଧାର କରି ଲକ୍ଷ୍ମୀପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଥିଲେ।ତାଙ୍କ ଅବସ୍ଥା ଅତି ସଙ୍କଟାପନ ଥିବାରୁ ଡାକ୍ତର କୋରାପୁଟ ଜିଲ୍ଲା ଏସ୍.ଏଲ୍.ଏନ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ, ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା,ଏନେଇ ସାଇଡ୍ ଇନ୍ ଚାର୍ଜ୍ ଭୁପିନ୍ଦର ସିଂ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ଦାଦାବଟିକୁ କେନ୍ଦ୍ର କରି ଏହି ଘଟଣାଟି ଘଟିଥିବା ପୋଲିସ୍ ପ୍ରକାଶ କରି ଥିବା ବେଳେ ଉକ୍ତ କର୍ମଚାରି ଜଣକ ଏବେବି ଚିକିସ୍ଛିତ ଅବସ୍ଥାରେ ଥିବା ଜଣା ପଡିଛି।ଘଟଣାରେ ସମ୍ପୃକ୍ତ ବୁଲେରୋ ଗାଡି ସହ ଛୁରି,ଓ ମୋବାଇଲ୍ ଯବତ କରାଜାଇଥିବା ତଦନ୍ତ କାରି ଅଧିକାରି ପଞ୍ଚାନନ ଶତପଥୀ ପ୍ରକାସ କରିଛନ୍ତି।ଗିରଫ ଅଭିଯୁକ୍ତ ମାନେ ହେଲେ କାକିରିଗୁମ୍ମା ଥାନା ଅନ୍ତର୍ଗତ କେଲାର୍ ଗାଁର କବିର ଖସଲା(୨୪) ଓ ମାଟୁଗୁଡା ଗାଁର ତରୁଣ ସେନ୍ ସାହୁ(୨୩) ଏମାନଙ୍କ ନାମରେ ଦଫା ୩୪୧,୩୮୭,୩୨୪,୩୦୭,୩୨୬ ଓ ଆଇପିସି ୩୪ ଧାରା ଅନୁଜାଇ ମାମଲା ରୁଜୁ କରାଜାଇଛି।ଏମାନଙ୍କୁ ଦାମନଯୋଡି ପଞ୍ଚପଟ ମାଳୀ ପାହାଡ ଅଞ୍ଚଳରୁ ଗିରଫ୍ କରାଜାଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଏକାଧିକ ଦୁର୍ବୁତ ମାନଙ୍କୁ ଅତି ଶୀଘ୍ର ଗିରଫ୍ କରାଜିବ ବୋଲି ପୋଲିସ କହିଛି।ଲକ୍ଷ୍ମୀପୂର ରେ ଦିନ କୁ ଦିନ ଦାଦବଟୀ ରାହାଜାନି ଚୁରାଭୂଷା ଭଳି ଘଟଣା ବୃଦ୍ଧି ପାଉଥିବା କାରଣ ରୁ ପୋଲିସ ପ୍ରତି ଯେତିକି ମୁଣ୍ଡ ବ୍ୟଥା କାରଣ ପାଲଟୁଛି ତା ଠାରୁ ଅଧିକ ସାଧରଣ ଲୋକେ ଭୟଭୀତ ହୋଇ ରହୁଥିବା ଚର୍ଚ୍ଚା ଧରିଛି,,

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ