Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟି-୨୦ ବିଶ୍ଵକପ୍ ୨୦୨୪ର ତାରିଖ ଘୋଷଣା, ଜାଣନ୍ତୁ କେବେ ଆରମ୍ଭ ହୋଇପାରେ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପର ୯ମ ସଂସ୍କରଣ ଆସନ୍ତା ବର୍ଷ ଓ୍ଵେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ। ଏହି ମେଗା ଇଭେଣ୍ଟ ପାଇଁ ତାରିଖ ସାମ୍ନାକୁ ଆସିଛି। ଇଏସପିଏନକ୍ରିକଇମ୍ଫୋର ରିପୋର୍ଟ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ୨୦୨୪ ଜୁନ ୪ ତାରିଖରୁ ଜୁନ ୩୦ ତାରିଖ ମଧ୍ୟରେ ଖେଳାଯାଇପାରେ। ହେଲେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଆଇସିସିର ଏକ ପ୍ରତିନିଧି ଦଳ ଆମେରିକା ଗସ୍ତ କରି ସାରିଛି। କାରଣ ପ୍ରଥମ ଥର ଆମେରିକାରେ ଆଇସିସିର ବଡ଼ ଧରଣର ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଯାଉଛି।

ଆସନ୍ତା ମାସରେ ଆଇସିସି, କ୍ରିକେଟ୍ ଓ୍ଵେଷ୍ଟଇଣ୍ଡିଜ ଏବଂ ୟୁଏଏସ କ୍ରିକେଟ୍ ଏକାଠି ବସି ଆୟୋଜନ ସ୍ଥଳ ଏବଂ ତାରିଖ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଟି-୨୦ ଇତିହାସରେ ପ୍ରଥମ ଥର ୨୦ ଦଳ ଅଂଶଗ୍ରହଣ କରିବେ। ପ୍ରଥମ ରାଉଣ୍ଡରେ ୪ଟି ଗ୍ରୁପରେ ଦଳଗୁଡ଼ିକୁ ବିଭକ୍ତ କରାଯିବ। ପ୍ରତ୍ୟେକ ଗ୍ରୁପରୁ ଶୀର୍ଷ ୨ ଟିମ୍ ସୁପର ୮ରେ ପ୍ରବେଶ କରିବେ। ୮ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ। ଏଥିରୁ ୨ଟି ଲେଖାଏଁ ଦଳ ସେମି ଫାଇନାଲ୍ ଖେଳିବେ ଏବଂ ଏହା ପରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ଏ ପର୍ଯ୍ୟନ୍ତ ୮ଟି ଶୀର୍ଷ ଟିମ୍ ସହ ଆଇସିସିର ଟପ୍-୧୦ ରାଙ୍କିଙ୍ଗରେ ଥିବା ଦଳ ସିଧାସଳଖ ବିଶ୍ଵକପ୍ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ସେହିପରି ଆୟୋଜକ ଦେଶ ହିସାବରେ ଓ୍ଵେଷ୍ଟଇଣ୍ଡିଜ ଏବଂ ଆମେରିକା ସିଧାସଳଖ ପ୍ରବେଶ ମିଳିଛି। ଏହା ବ୍ୟତୀତ କ୍ଵାଲିଫାୟର୍ସ ରାଉଣ୍ଡ ଖେଳି ଆଉ ୩ଟି ଦଳ ଟି-୨୦ ବିଶ୍ଵକପ୍ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି।