Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀରେ କ୍ରସ୍ କଣ୍ଟ୍ରି ଦୌଡ଼ ଆୟୋଜିତ୩୦୦ ରୁ ଅଧିକ ଯୁବ କ୍ରୀଡ଼ାବିତଙ୍କ ଅଂଶଗ୍ରହଣ।

ଗୋପାଳପୁର, ୨୯/୦୭ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀକୁ ହର୍ଷୋଲ୍ଲାସ ସହିତ ପାଳନ କରାଯାଇଛି । ଏହି ଅବସରରେ ଯୁବପିଢ଼ିଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବ ଓ ସୁସ୍ଥ ପ୍ରତିଯୋଗିିତା ଭାବର ପ୍ରସାର କରିବା ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପଡ଼ିଆରେ ଏକ କ୍ରସ୍ କଣ୍ଟ୍ରି ଦୌଡ଼ର ଆୟୋଜନ କରାଯାଇଥିଲା ।
ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଉପସ୍ଥିତି ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଦୌଡ଼ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଏହି ଦୌଡ଼ ପ୍ରତିଯୋଗିତାରେ ୧୩ ବର୍ଷରୁ କମ୍‌, ୧୮ ବର୍ଷରୁ କମ୍ ଏବଂ ୧୮ ବର୍ଷରୁ ଅଧିକ ବର୍ଗରେ ୩୦୦ ପ୍ରତିଯୋଗୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ଦୌଡ଼ ସମୟରେ ଟିଏସ୍‌ଏଫ୍‌ ରକି ମାର୍ଟିନ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଙ୍କ ସହିତ ସ୍କୁଲ ଶିକ୍ଷକ ମାନେ ଉପସ୍ଥିତ ରହିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories