Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜୁରେ ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ।

ଗୋପାଳପୁର,୨୯/୦୭ ଗୋପାଳପୁର ଥାନା ଅନ୍ତର୍ଗତ ଗଞ୍ଜୁ ଗ୍ରାମରେ ଜଣେ ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ସିକେନ୍ଦ୍ର ସେଠୀ (୨୬) ୨୮ ତାରିଖ ରାତିରେ ଖାଇ ସାରିବା ପରେ ଘର‌ ବାରଣ୍ଡାରେ ଶୋଇ ଯାଇଥିଲେ।ଭୋର ସମୟରେ ଜିତେନ୍ଦ୍ର ଙ୍କ ବାପା ବାବୁ ସେଠୀ ତାଙ୍କୁ ଉଠାଇବା ସମୟରେ ସେ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ। ପରିବାର ବର୍ଗ ତୁରନ୍ତ ତାଙ୍କୁ ଏକ ଅଟୋ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ନେଇଥିଲେ ମଧ୍ୟ ଭୋର ୫ ଟା ସମୟ ରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣା ନେଇ ବାପା ବାବୁ ସେଠୀ ଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ କୁ ଭିତ୍ତି କରି ପୁଲିସ ୧୪/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପୂର୍ବକ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories