Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାଦୁର ପେଟା ରେ ଅର୍ଦ୍ଧନିର୍ମିତ ଅବସ୍ଥାରେ ମଶାଣି ଘର।୧୦ ବର୍ଷ ତଳେ ୫ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା।

ଗୋପାଳପୁର,୨୯/୦୭ ଗୋଟିଏ ପଟେ ସରକାର ଗାଁ ର‌ ବିକାଶ ହେଉଥିବା କହି ଡିମଡିମା ପିଟୁଥିବା ବେଳେ ୧୦ ବର୍ଷ ତଳେ ଏକ ମଶାଣି ଘର ନିର୍ମାଣ ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ୫ ଲକ୍ଷ ଟଙ୍କା ର ଅନୁଦାନ ମିଳିଥିଲେ ସୁଦ୍ଧା ଆଜି ଯାଏଁ ଏହାର ନିର୍ମାଣ କାମ ସମାପ୍ତ ହୋଇ ପାରିନାହିଁ।ଏପରି ଏକ ବିଚିତ୍ର ଚିତ୍ର ରଙ୍ଗେଇଲୁଣ୍ଡା ବ୍ଲକ ଡୁରା ପଞ୍ଚାୟତ ଅନ୍ତର୍ଗତ ବାହାଦୁର ପେଟା ଗ୍ରାମରେ ଦେଖିବାକୁ ମିଳିଛି।୧୦ ବର୍ଷ ତଳେ ୫ ଲକ୍ଷ ଟଙ୍କା ଅନୁଦାନ ରାଶି ରେ ତତ୍କାଳୀନ ପଞ୍ଚାୟତ କନିଷ୍ଠ ଯନ୍ତ୍ରୀ ଙ୍କ ପକ୍ଷରୁ ମଶାଣି ଘର କାମ ଆରମ୍ଭ କରାଯାଇଥିଲା। ଠିକାଦାର ପକ୍ଷରୁ ପୁନାଦି କାମ ସହ ବିମ ନିର୍ମାଣ ନିମନ୍ତେ ଲୁହା ଛଡ଼ ମଧ୍ୟ ପୋତାଗଲା, କିନ୍ତୁ ଆଜିଯାଏଁ ଆଉ କାମ ଆଗେଇ ପାରିନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ କୁ ଆଧାର କରି ଆମ ପକ୍ଷରୁ ଘଟଣା ସ୍ଥଳ ପରିଦର୍ଶନ ସମୟରେ ମଶାଣି କୁ ସଂଯୋଗ କରୁଥିବା ରାସ୍ତା ଚକାଚକା ଥିବା ସହ ମଶାଣି କୁ ଯାଉଥିବା ଲୋକଙ୍କ ନିମନ୍ତେ ଆଶ୍ରୟସ୍ଥଳୀ ମଧ୍ୟ ରହିଛି। କିନ୍ତୁ ଯେଉଁଠାରେ ଲୋକଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ତାହା ଲଟା ବୁଦା ଘେରରେ ରହିଥିବା ଦେଖିବାକୁ ମିଳିଥିଲା। ଯଦ୍ୱାରା ଲୋକମାନେ ନିଜ ଆତ୍ମୀୟ ସଜ୍ଜନ ଙ୍କ ଦାହ ସଂସ୍କାର କୁ ଖୋଲା ମେଲା କରିବାସହ ବର୍ଷା ଦିନେ ନାନା ହଇରାଣ ହରକତ ହୋଇ ଶବଦା‌ହ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ଏହି ଅଧପନ୍ତରିଆ ଭାବେ ପଡିରହିଥିବା ମଶାଣି ଗୃହ କୁ ତୁରନ୍ତ ସମାପ୍ତ କରିବାକୁ ଦାବି ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories