Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବନ୍ଧୁକ ରଖିଥିବା ଅଭିଯୋଗରେ ଫେରାର ଯୁବକକୁ କୋର୍ଟ୍ ଚାଲାଣ…ଜବତ ହୋଇଥିଲା ପିସ୍ତଲ ଓ ମାଗାଜିନ…

ଲକ୍ଷ୍ମୀପୂର 28.07 .ଚଳିତ ବର୍ଷ ମାର୍ଚ ମାସ ୧୩ ତାରିଖ ଦିନ ପିସ୍ତଲ ରଖିଥିବା ଅଭିଯୋଗରେ ପ୍ରଥମେ ଦୁଇ ଜଣଙ୍କୁ ଓ ତାପରେ ଜଣକୁ କୋର୍ଟ୍ ଚାଲାଣ କରିଥିଲା ଲକ୍ଷ୍ମୀପୁର ପୋଲିସ୍।ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ମାନେ ଫେରାର ଥିବା ବେଳେ ଦିର୍ଘ ଚାରି ମାସ ପରେ ଆଜି ପୁଣି ଜଣକୁ ଗିରଫ୍ କରି କୋର୍ଟ୍ ଚାଲାଣ କରିଛି ଲକ୍ଷ୍ମୀପୁର ପୋଲିସ୍।ଏନେଇ
୨୭/୨୩ରେ ଏକ ମାମଲା ରୁଜୁ ହୋଇଥିଲା ।ଗିରଫ ବ୍ୟକ୍ତି ହେଲେ ଜୟପୁର ସଦର ଥାନା ଫାମ୍ପୁଣି ଗ୍ରାମର ଶଙ୍କର ପ୍ରଧାନ। ଶଙ୍କର ଅନ୍ୟ ତିନି ଜଣଙ୍କ ସହ ମିଶି ସିରିଙ୍ଗିପାଇ ଝୋଲା ନିକଟରେ ଲୁଟ ସକାଶେ ରହିଥିବା ବେଳେ ପୋଲିସ ଖବର ପାଇ ପହଞ୍ଚି ଥିଲା.. ସେଠାରୁ ଦୁଇ ଜଣକୁ ଗିରଫ କରି ସେମାନଙ୍କ ଠାରୁ ବନ୍ଧୁକ ସହ ମାଗାଜିନ ଜବତ କରିଥିଲା,, ସେହିଦିନ ଠାରୁ ଶଙ୍କର ଫେରାର ଥିବା ବେଳେ ଆଜି ଗିରଫ କରାଯାଇଛି…ଶଙ୍କର ନାଁ ରେ ୟୁ/ଏସ୍-୨୫(୧-ବି)୨୭ ଆର୍ମ୍ ଆକ୍ଟରେ କୋର୍ଟ୍ ଚାଲାଣ୍ କରାଜାଇଥିବା ଆଇଆଇସି ଶ୍ଵେତ ପଦ୍ମା ସେଠ୍ ପ୍ରକାଶ କରିଛନ୍ତି।