Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନ୍ତର୍ଜାତୀୟ କ୍ରିକେଟରୁ ବ୍ରଡ଼ଙ୍କ ସନ୍ନ୍ୟାସ ଘୋଷଣା, ଏହା ହେବ କ୍ୟାରିୟରର ଶେଷ ମ୍ୟାଚ୍

ନୂଆଦିଲ୍ଲୀ: ଇଂଲଣ୍ଡର ତାରକା ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଆସେସର ଶେଷ ତଥା ପଞ୍ଚମ ଟେଷ୍ଟ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ହେବ ବୋଲି ଘୋଷଣା କରିଛନ୍ତି ବ୍ରଡ। ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ଟେଷ୍ଟ ଲଣ୍ଡନର କେନିଙ୍ଗଟନ ଓଭାଲ ମଇଦାନରେ ଖେଳାଯାଉଛି।

ବ୍ରଡ ଶନିବାର ମ୍ୟାଚର ତୃତୀୟ ଦିନରେ କ୍ରିକେଟରୁ ସନ୍ନ୍ୟାସ ନେବାର ସୂଚନା ଦେଇଛନ୍ତି। ୩୭ ବର୍ଷୀୟ ବ୍ରଡ ଦୁନିଆର ଦ୍ଵିତୀୟ ସଫଳ ଦ୍ରୁତ ବୋଲର। ସେ ୧୬୭ଟି ଟେଷ୍ଟରେ ୬୦୨ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ତାଙ୍କ ଆଗରେ କେବଳ ଜେମ୍ସ ଆଣ୍ଡରସନ ଅଛନ୍ତି ଯିଏ ୧୮୩ ମ୍ୟାଚରେ ୬୯୦ ଓ୍ଵିକେଟ୍ ଦଖଲ କରିଛନ୍ତି। ଏଥିସହ ବ୍ରଡ ଟେଷ୍ଟରେ ୩୬୪୭ ରନ କରିଛନ୍ତି।

ବ୍ରଡ ତୃତୀୟ ଦିନର ଖେଳ ସମାପ୍ତ ପରେ ସ୍କାଇ ସ୍ପୋର୍ଟ୍ସକୁ କହିଛନ୍ତି ଯେ, ରବିବାର କିମ୍ବା ସୋମବାର ମୋର ଏହା କ୍ରିକେଟର ଶେଷ ମ୍ୟାଚ୍ ହେବ। ନର୍ଟିଂହମସାୟର ଏବଂ ଇଂଲଣ୍ଡ ପକ୍ଷରୁ ଜର୍ସି ପିନ୍ଧିବା ମୋ ପାଇଁ ଗର୍ବର ବିଷୟ। ଏହି ଡାହାଣ ହାତୀ ବୋଲର ୨୦୦୫ରେ ଲିସେଷ୍ଟସାୟର ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ ଏବଂ ପରେ ନର୍ଟିଂହମସାୟର ପକ୍ଷରୁ ଖେଳିଥିଲେ।

ବ୍ରଡ ୨୦୦୬ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ସେ ଦୀର୍ଘ ସମୟ ଧରି ଇଂଲଣ୍ଡ ଦ୍ରୁତ ବୋଲର ଆକ୍ରମଣର ପ୍ରମୁଖ ଅଂଶ ରହି ଆସିଛନ୍ତି। ସେ ୧୨୧ଟି ଦିନିକିଆରେ ୧୭୮ ଓ୍ଵିକେଟ୍ ଏବଂ ୫୬ ଅନ୍ତର୍ଜାତୀୟ ଟି-୨୦ରେ ୬୫ ଓ୍ଵିକେଟ୍ ହାସଲ କରିଛନ୍ତି। ବ୍ରଡ ସୀମିତ ଓଭର ଫର୍ମାଟରେ ଶେଷ ମ୍ୟାଚ୍ ୨୦୧୬ରେ ଖେଳିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ