Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଷ୍ଟା ଶିକ୍ଷକସଂଘ ଆନ୍ଦୋଳନ ପାଇଁ ସଜବାଜ

ବରପାଲି : ବରପାଲି ବ୍ଳକ କଦଲିପାଲି ଜେଡି ମହିଳା ସ୍ନାତକ ମହାବିଦ୍ଯାଳୟ ପରିସରରେ ବରଗଡ ଜିଲ୍ଲା ଓଷ୍ଠା ଶିକ୍ଷକ ସଂଘର ଏକ ବୈଠକ ହୋଇଯାଇଛି । ସୂଚନାନୁଯାୟୀ ଆଗାମି ଅଗଷ୍ଟ ୯ତାରିଖ କ୍ରାନ୍ତି ଦିବସ ଅବସରରେ ଓଷ୍ଠାର ଶିକ୍ଷକ ସମୁହ ଜିଲ୍ଲା ଶିକ୍ଷାବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣରେ ବସି ପ୍ରତିବାଦ ଜଣାଇବାକୁ ଧାର୍ଯ୍ଯ ହୋଇଥିଲା। ସେହିପରି ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ମୂଖ୍ଯମନ୍ର୍ତୀ, ଅର୍ଥମନ୍ର୍ତୀ, ଶିକ୍ଷାମନ୍ର୍ତୀ, ମୂଖ୍ଯ ଶାସନ ସଚିବ,ଅର୍ଥ ସଚିବ,ଶିକ୍ଷାସଚିବ ଓ ଉନ୍ନୟନ ସଚିବ ମାନଙ୍କୁ ଦାବୀପତ୍ର ପ୍ରଦାନ କରାଯିବା ସମ୍ବନ୍ଧରେ ପ୍ରସ୍ତୁତି ଆଲୋଚନା ହୋଇଥିଲା। ବରଗଡ ଜିଲ୍ଲା କନଭେସନ ସଭାପତି ନନ୍ଦଲାଲ ନାଏକଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ନିମନ୍ତ୍ରିତ ଅତିଥି ଭାବରେ ରାଜ୍ୟ କାର୍ଯ୍ଯକାରୀ ସଭାପତି ନିଳମଣି ପୁରୋହିତ, ସାଧାରଣସଂପାଦକ ରଞ୍ଜନ କୁମାର ଦାଶ, ସଂପାଦକ ମାଣିକେଶ୍ବର ସ୍ବାଇଁ, ସହ ସଂପାଦକ ଆଶୁତୋଷ ରଥ,ଜିଲ୍ଲା ଉପଦେଷ୍ଟା ସତ୍ଯ ନାରାୟଣ ତ୍ରିପାଠୀ, ମହିଳା ମହାବିଦ୍ଯାଳୟ ଅଧ୍ଯକ୍ଷା ପଦ୍ମିନୀ ଦାଶ ପ୍ରମୁଖ ଯୋଗ ଦେଇ ଓଷ୍ଠା ଶିକ୍ଷାକର୍ମି ମାନଙ୍କୁ ଅବସ୍ଥା ଓ ଦୁରାବସ୍ଥା ସହ ପେନସନ ଭୋଗି ମାନଙ୍କ ପାରିବାରିକ ଅବସ୍ଥିତି ଉପରେ ଆଲୋଚନା କରିଥିଲେ । ପୁର୍ବରୁ ଓଷ୍ଟା ପକ୍ଷରୁ ନିର୍ଦ୍ଧାରିତ ନ୍ଯାର୍ଯ୍ଯ ଦାବୀ ମାନଙ୍କ ମଧ୍ଯରେ ଅନୁଦାନରୁ ବଞ୍ଚିତ ଯୋଗ୍ୟ ବିବେଚିତ ସମସ୍ତ ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ । ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ , ଶିକ୍ଷିକା ଓ ଶିକ୍ଷାକର୍ମଚାରୀଙ୍କୁ ଚାକିରୀ ସର୍ତ୍ତାବଳୀ ସହ ପେନ୍‌ସନ୍‌ ପ୍ରଦାନ । ୨୨୬ ଓ ୩୯୯ ବିଦ୍ୟାଳୟଗୁଡ଼ିକୁ ୭ମ ବେତନ କମିଶନ ହାରରେ ଦରମା ପ୍ରଦାନ । ପୂର୍ବ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ସରକାରୀକରଣ । ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କର ୬ବର୍ଷର ବୃଦ୍ଧି ଅବଧୂକୁ ନିୟମିତ ଚାକିରୀରେ ଯୋଗକରିବା ସହ ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ । । ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଶୂନ୍ୟ ପଡ଼ିଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀ ପଦବୀ ପୂରଣ କରିବା । ଅବସର ଅବଧ ସୀମା ୬୨ ବର୍ଷକୁ ବୃଦ୍ଧି କରିବା । ଆରଏସିପି ଲାଗୁ କରିବା କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟଙ୍କର ନିର୍ଦେଶ ନାମା ପାଳନ କରିବା । ୨୮୦୦ , ୨୨୦୦ , ୧୯୦୦ ଗ୍ରେଡ଼ପେ ରେ ଥିବା ଅସଂଗତି ଦୂର କରିବା । ୪୮ ବର୍ଷରେ ପଦାର୍ପଣ କରିସାରିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି.ସ୍କେଲ୍ ପ୍ରଦାନ କରିବା । ବି.ଏ. ବି.ପି.ଏଡ଼ . | ବି.ଏ. ସି.ପି.ଏଡ଼ . ଯୋଗ୍ୟତାଧାରୀ ଶିକ୍ଷକମାନଙ୍କୁ ଟି.ଜି. ସ୍କେଲ୍ ପ୍ରଦାନ କରିବା । ଅନୁଦାନ ପାଉଥିବା ୨ୟ ଓ ୩ୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୩୭ , ୩୮ , ୪୬ , ୬୩ ବିଦ୍ୟାଳୟ ଗୁଡ଼ିକର ଆଣ୍ଟିଡେସନ୍ କରିବା । ଏମ୍.ଏ. ପାସ୍ କରିଥିବା ହିନ୍ଦୀ , ସଂସ୍କୃତ ଶିକ୍ଷକ ଓ ଆକାଉଣ୍ଟସ୍ ପାସ୍ କରିଥିବା ଅଫିସ୍ ସହାୟକମାନଙ୍କୁ ଉଚ୍ଚତର ଦରମା ପ୍ରଦାନ । ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରାଯାଉ। ଉପରୋକ୍ତ ଦାବୀ ମାନଙ୍କ ଉପରେ ଆଲୋଚନା ହୋଇଥିଲା। ଜିଲ୍ଲା ସଂପାଦକ ସଞ୍ଜୟ କୁମାର ସିଂ ସ୍ବାଗତ ସହ ସଭାର ଉଦେଶ୍ଯ ଉପରେ ଉପସ୍ଥାପନ କରିଥିଲେ। ବରପାଲି ବ୍ଲକ ସଂପାଦକ ସରୋଜ ସାହୁ ପରିଚୟ ପ୍ରଦାନ କରିଥିଲେ । ଏହିଅବସରରେ ବରିଷ୍ଠ ଶିକ୍ଷାକର୍ମି ଅସିତ କୁମାର ଦାଶ,କମଳାକାନ୍ତ ସିଂ,ସଂଗ୍ରାମ ସାହୁ,ଅନୂସୁୟା ଦେବତା,ଜଗନମୟୀ ମିଶ୍ର,ବିପିନ ବିହାରୀ ଭୋଇ,ଚୁଙ୍ଗିଲାଲ ପ୍ରଧାନ,ସୁଶାନ୍ତ ଶତପଥି,ଅଶ୍ବିନୀ ପଧାନ ଏବଂ ପ୍ରିତିରଜଂନ ପ୍ରଧାନ ପ୍ରମୁଖଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ସହକାରୀ ସଂପାଦକ ସଚ୍ଚିଦାନନ୍ଦ ପଧାନ ଧନ୍ଯବାଦ ଅର୍ପଣ କରିଥିଲେ। କାର୍ଯ୍ଯକ୍ରମ ପରିଚାଳନାରେ ସଂଘର ଚତୁର୍ଥଶ୍ରେଣି କର୍ମଚାରୀ ତଥା ଶିକ୍ଷକ ମଣ୍ଡଳି ସହାୟତା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ