Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବିଦାୟ କାଳିନ ସମ୍ବର୍ଧନା…ଭାବ ବିହ୍ଵଳ ହେଲେ ଛାତ୍ରୀ…

ଲକ୍ଷ୍ମୀପୁର.୩୦।୦୭ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ମିନାପାଇ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ବେହେରାଙ୍କୁ ନବରଙ୍ଗପୁର ଜିଲ୍ଲା ପାପଡା ହାଣ୍ଡି ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ବଦଳି ହେଇଥିବାରୁ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ଭାବବିହ୍ୱଳ ପରିବେଶ ମଧ୍ୟରେ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଜାଇଛି।ଛାତ୍ରୀ ମାନଙ୍କ ଦ୍ଵାରା ଆୟୋଜିତ ଏହି ବିଦାୟ କାଳୀନ ଉସ୍ଛବରେ ବିଡିଓ ପ୍ରୀତିରଞ୍ଜନ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ବେହେରାଙ୍କୁ ଉପଢୌକନ ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ।ନିଜର ୧୪ ବର୍ଷର ଅନୁଭୁତିକୁ ନେଇ ଶ୍ରୀମତୀ ବେହେରା ସମ୍ବର୍ଧନା ଉସ୍ଛବରେ ଦୁଇପଦ କହି ଭାବ ବିହ୍ଵଳ ହୋଇ ପଡିଥିଲେ।ତାଙ୍କ ସ୍ଥାନରେ ଏବେ ପାପଡା ହାଣ୍ଡିରୁ ଆସିଥିବା ଶୁଦେଷ୍ଣା ପ୍ରଧାନ ମିନାପାଇ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାବେ ଦାୟୀତ୍ଵ ଗ୍ରହଣ କରି ତାଙ୍କର ଚିନ୍ତା ଧାରାକୁ ବଳବତର ରଖିବି ବୋଲି ସର୍ବ ସମୁଖରେ ପ୍ରକାଶ କରିଥିଲେ।
ଶ୍ରୀମତି ବେହେରା ୨୦୦୯ ମସିହାରେ ମିନାପାଇ ବାଳିକା ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ ଯୋଗ ଦେଇଥିଲେ।ସେହି ସମୟରେ ବିଦ୍ୟାଳୟର ପରିସ୍ଥିତି ଅଲଗା ଥିଲା।ବିଦ୍ୟାଳୟଟି ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବାରୁ ଅନେକ ଅଭିଭାବକ ନିଜର ପିଲାଙ୍କୁ ଛାଡିବା ପାଇଁ ଭୟଭିତ କରୁଥିଲେ।ବିଜୁଳି ସଂଯୋଗ ଥାଇ ମଧ୍ୟ ବହୁ ସମୟ ଧରି ବିଦ୍ୟାଳୟ ଅନ୍ଧାରରେ ରହୁଥିଲା। ବହୁ କଷ୍ଟକରି ଅନୁସୁଚିତ ଜାତି ଓ ଜନ ଜାତି ଛାତ୍ରୀ ମାନଙ୍କୁ ଧରି ପ୍ରଧାନ ଶିକ୍ଷତ୍ରୀ ଆଜି ଜାଏଁ ବିଦ୍ୟାଳୟ ପରିଚାଳନା କରି ଆସୁଥିଲେ।କେବଳ ବିଦ୍ୟାଳୟର ନାମ ସାରା ବ୍ଲକରେ ଉଚ୍ଚରେ ରହିବାକୁ ସେ ନିଜର ଅହରହ ଚେଷ୍ଟା ଜାରି ରଖି ଚାଲିଥିଲେ।ବର୍ତମାନ ଉକ୍ତ ବିଦ୍ୟାଳୟର ରୁପରେଖ ପୁରା ଅଲଗା।ତାଙ୍କର ଏହି କାର୍ଯ୍ୟକାରିତାକୁ ନେଇ ସବୁ କ୍ଷେତ୍ରରେ ଭୁରି ଭୁରି ପ୍ରସଂସା କରାଜାଇଛି।ତାଙ୍କର ଅନ୍ୟତ୍ର ବଦଳିକୁ ଛାତ୍ରୀ ମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି।ଆଜିର ବିଦାୟକାଳୀନ ଉସ୍ଚବରେ ସମସ୍ତ ଛାତ୍ରୀ ମାନେ ଭାବ ବିହୁଳ ହେଇ ପଡିଥିବା ଦେଖିବାକୁ ମିଳିଥିଲା।ଏଥିରେ
ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଲକ୍ଷ୍ମୀ ବେହେରା,ପୁର୍ବତନ ଶିକ୍ଷକ ଜମ୍ବେଶ୍ଵର ଦଳେଇ,ଅଚ୍ୟୁତା ନନ୍ଦ ସ୍ଵାଇଁ,କିରାଣି କୃଷ୍ଣ ଚନ୍ଦ୍ର ସାହୁ, ବିଦ୍ୟାଳୟ ପରିଚାଳନା ସଭାପତି ବସନ୍ତ ମିଣିଆକା ପ୍ରମୁଖ ଉପସ୍ଥିତ ରହି ସେ ଜେଉଠିକି ଜିବେ ସେଇ ସମାନ କାମ କରିବେ,ତାଙ୍କ ଭଳି ପ୍ରଧାନ ଶିକ୍ଷତ୍ରୀ ପାଖରେ ଜେତିକି ବର୍ଷ ଧରି ଆମେ କାମ କରିଛୁ ତାହା ଆମର ସୌଭାଗ୍ୟ ବୋଲି କହିବା ସହ ତାଙ୍କର ଉଜ୍ଵଳ ଭିଷ୍ୟତ କାମନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ