ବଜ୍ରପାତ ଘଟି ଦୁଇ ଗୁରୁତର,ଆସ ବାସ ପତ୍ର ନଷ୍ଟ ।


ଅସ୍ତରଙ୍ଗ,ପୁରୀ ଜିଲ୍ଲା ଅସ୍ତରଙ୍ଗ ରେ ରବିବାର ସନ୍ଧ୍ୟା ରେ ପ୍ରବଳ ବର୍ଷା,ଘଡ୍ ଘଡି ସହ ପବନ ହେବା ସହ ବର୍ଷା ମଧ୍ୟ ରାତ୍ରୀ ୯ଘଟିକା ସୁଦ୍ଧା ଲାଗି ରହି ଅଛି। ଏହି ବର୍ଷା ଓ ଘାଡ ଘଡି ବା ବିଜୁଳି ମାଡ଼ରେ ବ୍ଲକ ଅଞ୍ଚଳର ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ,ତାଙ୍କ ଘରର ସମସ୍ତ ଇଲେତ୍ରି ସାମଗ୍ରୀ ପୋଡ଼ି ଯାଇଥିବା ଜଣାପଡିଛି । ବିଜୁଳି ମାଡ ସେମାନଙ୍କର ଘର ଉପରେ ପଡିଥିଲା ।ଗୁରୁତର ହୋଇଥିବା ବ୍ୟକ୍ତି ମାନେ ହେଲେ , ପଟଳଦା ଗ୍ରାମର ଅଶୋକ ମଲିକ୍ ଓ ସହନ ଗ୍ରାମର ଜଣେ ମହିଳା କଲ୍ୟାଣୀ ଦାସ । ସେମାନେ ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି । ଏହି ବଜ୍ରପାତ ପାୟ ଦୁଇ ଘଂଟା ଧରି ଚାଲି ଥିଲା । ଲୋକ ମାନେ ଭୟରେ ଘର କବାଟ କିଳି ରହିଥିଲେ । ବଜ୍ରପାତ ହେତୁ ବିଜୁଳି ଆଉ ଆସିବ କି ନାହିଁ ଜଣା ପଡ଼ିନାହିଁ ।