Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେଲାର ଗାଁ ରାସ୍ତା ଅବସ୍ଥା ଶୋଚନୀୟ….ଶୁଣୁନାହାନ୍ତି ସରପଞ୍ଚ କି ପ୍ରଶାସନ…

ଲକ୍ଷ୍ମୀପୁର 30.07 … କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁସୁମଗୁଡା ଗ୍ରାମପଂଚାୟତ ର କେଲାର ଗାଁ ର ମୁଖ୍ୟ ରାସ୍ତା ଲୋକଙ୍କ ପାଈଁ ଏବେ ମରଣଯନ୍ତା ପାଲଟି ଯାଇଛି, ଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ଖାଲଖମା ହୋଇ ରହିଥିବା ରାସ୍ତା ଉପରେ ପାଣି ଜମିକି ରହିବା କାରଣରୁ ସମ୍ପୂର୍ଣ ରାସ୍ତା କାଦୁଅ ପଚପଚ ହୋଇକି ରହିଛି, ଗାଁ ରେ ଶତାଧିକ ପରିବାର ରହୁ ଥିବା ବେଳେ ଏହି ରାସ୍ତା ଦେଇ ଆହୁରି ତିନି ଚାରି ଖଣ୍ଡ ଗାଁ ଲୋକେ ଯାତାୟାତ କରିଥାନ୍ତି, ରାସ୍ତା ଅବସ୍ଥା ସମ୍ପର୍କରେ ବାରମ୍ବାର ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ କୁ ଗୁହାରି କରାଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି, ଏହି ରାସ୍ତା ରେ ଛୋଟ ଛୋଟ ସ୍କୁଲ ପିଲା ଯିବା ଆସିବା କରୁଥିବା ବେଳେ ଗାଁ ର ଅନେକ ବଡ ବଡ ଛାତ୍ର ଛାତ୍ରୀ ମଧ୍ୟ ଏହିରାସ୍ତା ଦେଇ ଚାଲି ଚାଲି ଛକ ପର୍ଯ୍ୟନ୍ତ ଯିବା ପରେ କାକିରିଗୁମା ସ୍କୁଲ କୁ ପାଠ ପଢିବାକୁ ଯାଇଥାନ୍ତି, ଗତ ଥର ଏହି ଗାଁ ରୁ ଜିଲ୍ଲାପରିଷଦ ବିଜୟୀ ହୋଇଥିଲେ ମଧ୍ୟ ତାଙ୍କର ଆନ୍ତରିକତା ର ଅଭାବ କାରଣ ରୁ ରାସ୍ତା ଖଣ୍ଡିଏ ମଧ୍ୟ ହୋଇ ପାରିଲାନାହିଁ ବୋଲି ଯୁବକ ମାନେ ପ୍ରକାଶ କରିଛନ୍ତି,ଏହି ଗାଁ ପାହାଡ଼ରୁ ସରକାର ପଥର କୁଆଁରୀ ଓ କ୍ରସର ଯୋଗୁଁ ଲକ୍ଷାଧିକ ଟଙ୍କା ରାଜସ୍ବ ପାଉଛନ୍ତି, କିନ୍ତୁ ଗାଁ ର ବିକାଶ ପାଈଁ କିଛି ଚିନ୍ତା କରୁ ନାହାନ୍ତି,ଆଗକୁ ତୁରନ୍ତ ଏହି ରାସ୍ତା କାମ କରାନଗଲେ ରାଜରାସ୍ତା କୁ ଓଲ୍ହାଇବୁ ବୋଲି ଗ୍ରାମବାସୀ ଙ୍କ ସହ ଯୁବକ ମାନେ ପ୍ରକାଶ କରିଛନ୍ତି…