Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ପାଲଟିଛି ମରଣ ଯନ୍ତା, ବିଭାଗୀୟ ଅଧିକାରୀ ନିରବ ଦ୍ରଷ୍ଟା

ସାରା ଗୁଡ଼ାରୀ ବସିନ୍ଦା ଗୁଡ଼ାରୀ ସହର ସୌନ୍ଦର୍ଯ୍ୟ କରଣର କଥାକୁ ନେଇ ଉତ୍ସାହ ଥିବା ବେଳେ ଏପଟେ ଜିଲ୍ଲା ପ୍ରଶାସନର ଅବହେଳାକୁ ନେଇ ଦୁଃଖିତ।
କିଛି ଦିନ ହେଲାଣି ଗୁଡ଼ାରୀ ଆର.ଡି ରାସ୍ତା ଯାହାକି ଆର୍ଯ୍ୟାନ୍ ସ୍କୁଲରୁ ଗୁଡ଼ାରୀ ବଂଶଧାରା ସେତୁକୁ ସଂଯୋଗ ହେଇ ଥିବା ମୁଖ୍ୟ ତଥା ଗୁଡାରି ସହରକୁ ପ୍ରବେଶ ପଥର ରାସ୍ତା ବଡ,ବଡ ଖାଲ ଖମାରେ ଭର୍ତ୍ତି ହୋଇ ରାସ୍ତା ଉପରେ ବର୍ଷା ପାଣି ଜମି ଗୋବର ଓ ମାଟି ମିଶି କାଦୁଅ ହୋଇ ପଡି ରହିଛି। ପ୍ରାୟ ୪ ସପ୍ତାହ ହେଲାଣି ରାସ୍ତାର ଏମିତି ଶୋଚନୀୟ ଅବସ୍ଥା।ଏହା କଣ ବିଭାଗୀୟ ଅଫିସରଙ୍କ ଦୃଷ୍ଟି ଗୋଚର ହେଇ ପାରୁନି କୀ?
ଅଧିକରୁ ଅଧିକ ଦୁଇ ଚକିଆ ଯାନ ଓ ପଦଯାତ୍ରୀ ଏଥି ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଗୁଡ଼ାରୀ ସହରକୁ ମୁଖ୍ୟ ପ୍ରବେଶ ଦ୍ଵାରର ଏତେ ବଡ ଅବସ୍ଥା କିନ୍ତୁ କଣ ପ୍ରଶାସନ ପାଖରେ ଏହାର ଖବର ନାହିଁ ପ୍ରଶାସନର ଦୃଷ୍ଟି ପଡୁନି,ଧନ୍ୟ ପ୍ରଶାସନ। ଯେମିତି ଗାଁ ପରିମଳ ଧୋବା ତୁଠରୁ ଜଣାପଡେ।
ଯେଉଁ ପ୍ରଶାସନ ପାଖରେ ଚାରି ସପ୍ତାହ ହେବ ମୁଖ୍ୟ ରାସ୍ତାର ଖବର ପହଞ୍ଚି ପାରୁନି ସେଇ ପ୍ରଶାସନ ଆଉ କେଉଁ ସୌଦର୍ଯ୍ୟ କରଣ କରିବ ସେଥି ସାଧାରଣ ରେ ପ୍ରଶ୍ନ।