Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆକାଶ ଚୋପ୍ରାଙ୍କ ଭବିଷ୍ୟତବାଣୀ, କହିଲେ ଏହି ୪ ଟିମ୍ ଖେଳିବେ ବିଶ୍ଵକପ୍ ଫାଇନାଲ୍

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଟେଷ୍ଟ ଓପନର ଆକାଶ ଚୋପ୍ରା ବିଶ୍ଵକପ୍ ୨୦୨୩ର ସେମି ଫାଇନାଲରେ କେଉଁ ୪ଟି ଦଳ ପ୍ରବେଶ କରିବ ତାକୁ ନେଇ ଭବିଷ୍ୟତବାଣୀ କରିଛନ୍ତି। ତାଙ୍କ ମତରେ ଚଳିତ ବର୍ଷ ବିଶ୍ଵକପ୍ ସେମି ଫାଇନାଲରେ ଭାରତ ଏବଂ ପାକିସ୍ତାନ ବ୍ୟତୀତ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ପହଞ୍ଚିବ। ସେ ଭାରତୀୟ ଦଳକୁ ବିଶ୍ଵକପର ପ୍ରବଳ ଦାବିଦାର ଦର୍ଶାଇ କହିଛନ୍ତି, ଆମର ଦୌଡ଼ ସେମି ଫାଇନାଲ୍ ନୁହେଁ ବରଂ ଫାଇନାଲ୍ ପର୍ଯ୍ୟନ୍ତ ରହିଛି।

ଆକାଶ ଚୋପ୍ରା କହିଛନ୍ତି, ବିସିସିଆଇ ମୋ ବିଚାରରେ ଭଲ କାମ କରୁଛି। ଯେଉଁ ବି ଫର୍ମାଟର ବିଶ୍ଵକପ୍ ଖେଳିବାର ଅଛି ତାର ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ମିଳୁଛି। ଏହି ସମୟରେ ଆପଣଙ୍କୁ ଯାହା କରିବା କଥା କରି ପାରିବେ। ଆପଣ ଅନେକ ପ୍ରୟୋଗ କରି ପାରିବେ, କିନ୍ତୁ ସବୁ ପ୍ରସ୍ତୁତି ତେବେ ହୋଇ ପାରିବ ଯେବେ ସମସ୍ତ ଖେଳାଳି ଏକାଠି ମିଶି ଲଗାତାର ମ୍ୟାଚ୍ ଖେଳିବେ।

ସେ କହିଛନ୍ତି, ଆପଣ ଯେବେ ଲଗାତାର ଏକାଠି ଖେଳିବେ ତେବେ ଆପଣ ନିଜକୁ ଭିନ୍ନ ଭିନ୍ନ ପରିସ୍ଥିତିରେ ପାଇବେ। କେତେବେଳେ ଆପଣ ୨୫ ରନରେ ୩ ଓ୍ଵିକେଟ୍ ହରାଇବେ ତ କେତେବେଳେ ୨୧୦ ରନରେ ମାତ୍ର ଗୋଟିଏ ଓ୍ଵିକେଟ୍ ଯାଇଥିବ। ଏମିତି ଭିନ୍ନ ଭିନ୍ନ ସ୍ଥିତି ଦେଖିବାକୁ ମିଳିବ। ଯଦି ଦଳଗତ ଭାବେ ଖେଳିବେ ନାହିଁ ତେବେ ସମସ୍ୟା ହିଁ ଦେଖାଯିବ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଅକ୍ଟୋବର ଏବଂ ନଭେମ୍ବରରେ ଭାରତରେ ପୁରୁଷ ଆଇସିସି ବିଶ୍ଵକପ୍ ୨୦୨୩ ଖେଳାଯିବ। ବିଶ୍ଵକପର ଉଦଘାଟନୀ ମ୍ୟାଚ୍ ଅକ୍ଟୋବର ୫ରେ ଏବେଂ ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୯ରେ ଖେଳାଯିବ। କ୍ରିକେଟ୍ ଇତିହାସରେ ପ୍ରଥମ ଥର ଏମିତି ହେବ, ଯେଉଁଠି ପୂରା ବିଶ୍ଵକପ୍ ଭାରତରେ ହିଁ ଖେଳାଯିବ।

ପୂରା ଟୁର୍ଣ୍ଣାମେଣ୍ଟ ୪୬ ଦିନ ଖେଳାଯିବ। ଅକ୍ଟୋବର ୫ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଏବଂ ଉପ ବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଭାରତୀୟ ଦଳ ପ୍ରଥମ ମୁକାବିଲା ଅକ୍ଟୋବର ୮ରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ବିଶ୍ଵକପର ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମୁକାବିଲା ଅକ୍ଟୋବର ୧୪ କିମ୍ବା ୧୫ ତାରିଖରେ ଅହମ୍ମଦାବାଦରେ ଖେଳାଯିବ। ଫାଇନାଲ୍ ମୁକାବିଲା ନଭେମ୍ବର ୧୯ରେ ସେହି ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ