Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସ୍ତରଙ୍ଗ ପୋଲିସ ଦ୍ବାରା କୁଖ୍ୟାତ ଅପରାଧୀ ମୁନା ଗିରଫ ।

ଅସ୍ତରଙ୍ଗ,,ଏହି ଚାରିଦିନ ତଳେ ଅସ୍ତରଙ୍ଗ ପୋଲିସ ଆଖିରେ ଧୁଳି ଦେଇ ଚଂପଟ ମାରିଥିବା ରାଜ୍ୟର ଜଣେ କୁଖ୍ୟାତ ଅପରାଧୀ ମୁନା ବିଶ୍ଵାଳ ଙ୍କୁ ଅସ୍ତରଙ୍ଗ ପୋଲିସ ଷୋମବାର ଦିନ ନିମାପଡ଼ା ଠାରୁ ଗିରଫ କରିବାରେ ସକ୍ଷମ ହୋଇଅଛି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ,ମୁନା ତିନିବର୍ଷ ତଳେ, ଆଳସାହି ଭୀମା ଛକ ରେ ହୋଇଥିବା ଦିଲୀପ ସ୍ବାଇଁ ହତ୍ୟାକାଣ୍ଡରେ ସଂପୃକ୍ତି ଥିବାରୁ ତାଙ୍କୁ ଜେଲ ଦଣ୍ଡ ମିଳିଥିଲା । ହେଲେ ତିନିବର୍ଷ ଜେଲ ରେ ରହିବା ପରେ ଗଲା ବୁଧବାର ୨୬ ତାରିଖରୁ ନିମାପଡ଼ା ଜେଲରୁ ଯାମିନୀ ପାଇ ଆସିବାପରେ, ସେହିଦିନ ତାର କେତେକ ସାଙ୍ଗ ମାନଙ୍କ ସହ ଆସି,ଅସ୍ତରଙ୍ଗ ବଜାରରେ ଥିବା ଏକ ମଦ ଦୋକାନ ଉପରେ ଅଚାନକ ଚଢ଼ାଉ କରି ବିପୁଳ ପରିମାଣରେ ମଦ ସହ ଟଙ୍କା ମଧ୍ୟ ଏକ ବୋଲର ରେ ନେଇ ପଳାଇ ଯାଇଥିଲା । ହେଲେ ମଦ ଦୋକାନ କର୍ମଚାରୀ ଜ୍ଞାନ ରଞ୍ଜନ ଛାଟୋଇ ଙ୍କ ଲିଖିତ ଅଭିଯୋଗ କ୍ରମେ ଅସ୍ତରଙ୍ଗ ପୋଲିସ ମୁନା ର ଝାଡଲିଙ୍ଗ ଘର ଉପରେ ଚଢାଉ କରିବା ପରେ ମୁନା ଓ ତାର ଭାଇ ଅନ୍ଧାର ର ସୁଯୋଗ ନେଇ ଖସି ଚାଲି ଯାଇ ଥିବା ବେଳେ,ଅନ୍ୟ ଚାରିଜଣ ଧରା ପଡ଼ିଥିଲେ । ହେଲେ, ସୋମବାର ଦିନ ମୁନାର ପୂର୍ବରୁ ଥିବା କେସ ର ତାରିଖ ଥିବାରୁ ମୁନା ନିମାପଡ଼ା କୋର୍ଟ କୁ ଆସିଥିବା ବେଳେ,ଅସ୍ତରଙ୍ଗ ପୋଲିସ ପୂର୍ବ ସୂଚନା ଅନୁଯାୟୀ ତାଙ୍କୁ କୋର୍ଟ ନିକଟରୁ ଧରିବାରେ ସକ୍ଷମ ହୋଇ ଥିଲେ । ଗିରଫ ପରେ ଅସ୍ତରଙ୍ଗ ଥାନା ଏସ ଆଇ ସଂଗ୍ରାମ କେଶ୍ୱରି ସ୍ବାଇଁ ନେତୃତ୍ୟୋର ,ଅଫିସର ବେହେରା ବାବୁ,ଓ ହାବିଳଦାର ମହାନ୍ତି ବାବୁ ପ୍ରଭୁତି ମୁନାକୁ ଗିରଫ କରି ନିମାପଡ଼ା ର ସବ୍ ଡିଭିଜ୍ ନାଲ ପୋଲିସ ଅଧିକାରୀ ଦେବାଶିଷ ମିଶ୍ର ଙ୍କ ନିକଟରେ ହଜାର ହେବା ପରେ, ମୁନା କୁ ଡାକ୍ତର ମଇନା ପରେ କୋର୍ଟ ଚାଲାଣ କରାଯାଇଛି । ଏହା ଅସ୍ତରଙ୍ଗ ପୋଲିସ ର ବଡ ସଫଳତା ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ