Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ଆଡମିସନ ପ୍ରଥମ ଦିନରେ ୯୨ ଜଣ ଆଡ଼ମିସନ, ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ହେଲ୍ପ ଡେସ୍କ ।

ଗୋପାଳପୁର ୩୧/୭ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷ ୨୦୨୩ ନିମନ୍ତେ ପିଜିର ପ୍ରଥମ ପର୍ଯ୍ୟାୟ ନାମ ଲେଖା ଆରମ୍ଭ ହୋଇଛି l ଏହି ନାମ ଲେଖା ୩ ଦିନ ଧରି ଚାଲିବ l ଆଜି ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିନରେ ବିଭିନ୍ନ ବିଭାଗରେ ୯୨ ଜଣ ଛାତ୍ର ଛାତ୍ରୀ ନିଜର ନାମ ଲେଖାଇଥିବା ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ସୂଚନା ଦେଇଛନ୍ତି l ଆଜି ଏହି କ୍ରମରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଧେଶ କ୍ରମେ ରାଜ୍ୟର ସମସ୍ତ ସୟଂଶାସିତ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରେ ଆଡ଼ମିସନ ପାଇଁ ଆସୁଥିବା ଛାତ୍ର ଛାତ୍ରୀଙ୍କୁ ସାହାଯ୍ୟ ଓ ସହଯୋଗ କରିବା ନିମନ୍ତେ ବିଶ୍ଵବିଦ୍ୟାଳୟ ପରିସରରେ ହେଲ୍ପ ଡେସ୍କ ଖୋଲି ଥିଲେ l ଏଥିରେ ଜିଲ୍ଲା ବିଜୁ ଜନତା ଦଳର ଛାତ୍ର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଦୁର୍ଗା ମାଧବ ପ୍ରଧାନ, ଦୀପକ କୁମାର ବେହେରା, ସସିତ ସାହୁ, ଅନିକେତ ସତପଥି, ଅବିନାଶ ନନ୍ଦ, ପ୍ରିୟ ରଞ୍ଜନ ମଲ୍ଲିକ, ଶୁଭମ କୁମାର, ଆଲୋକ କୁମାରଙ୍କ ସମେତ ନାମ ଲେଖା ପାଇଁ ଆସୁଥିବା ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କୁ ସହାୟତା କରୁଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories