Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ପ୍ରତିଷ୍ଠାତା ଅଧ୍ୟକ୍ଷ ଙ୍କୁ ଅବସର କାଳୀନ ସମ୍ଭର୍ଦ୍ଧନା…33ବର୍ଷ ର ଅନୁଭୂତି କହିବା ପରେ ଭାବ ବିହ୍ଵଳ ହେଲେ କର୍ମଚାରୀ…

ଲକ୍ଷ୍ମୀପୁର 31.07 ….ଲକ୍ଷ୍ମୀପୁର ମହାବିଦ୍ୟାଳୟ ର ପ୍ରତିଷ୍ଠାତା ଅଧ୍ୟକ୍ଷ ବିରେନ କୁମାର ଶତପଥୀ ଙ୍କୁ ମହାବିଦ୍ୟାଳୟ ପରିସର ରେ ଅବସର କାଳୀନ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି…
ଯୁକ୍ତ ତିନି କଲେଜ ର ସଭାପତି ଧନୁର୍ଜୟ ବିଶୋଇ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅବସର ଗ୍ରହଣ କରିଥିବା ଅଧକ୍ଷ ଶ୍ରୀ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି,ଅଧ୍ୟାପକ ଗିରିଜା ଚୌଧୁରୀ, ଜଗନ୍ନାଥ ରଥ, ଅଧ୍ୟାପିକା ତିଳୋତ୍ତମା ପଟନାୟକ,ପୂର୍ବତନ ବରିଷ୍ଠ କିରାଣୀ ହରେକୃଷ୍ଣ ସାହୁ, ଅବସର ପ୍ରାପ୍ତ ପ୍ରାଧ୍ୟାପକ କିଶୋର ଚନ୍ଦ୍ର ସାହୁ ପ୍ରମୁଖ ମଂଚାସୀନ ରହିଥିଲେ….ଲକ୍ଷ୍ମୀପୁର ମହାବିଦ୍ୟାଳୟ 1990ମସିହାରେ ଆରମ୍ଭ ହୋଇ ଥିବା ବେଳେ  କଲେଜ ଆରମ୍ଭ ରୁ ଦୀର୍ଘ 33ବର୍ଷ  ଧରି ଶ୍ରୀ ଶତପଥି ପ୍ରତିଷ୍ଠାତା ଅଧ୍ୟକ୍ଷ ଭାବେ ରହି ସୋମବାର ଦିନ ଚାକିରି ରୁ ଅବସର ଗ୍ରହଣ କରିଛନ୍ତି…ଉପାନ୍ତ ଲକ୍ଷ୍ମୀପୁର ଓ ଆଖପାଖ ବ୍ଲକ ର 62ଜଣ ଛାତ୍ର ଛାତ୍ରୀ ଙ୍କୁ ଦୁଇଟି ସିଟ ଘରେ   ଯୁକ୍ତ ଦୁଇ କଳା ପାଠ୍ୟ କ୍ରମ ଦ୍ୱାରା ଆରମ୍ଭ ହୋଇଥିବା କଲେଜ ଆଜି ସମୁର୍ଣ୍ଣ ପରିପକ୍ୱ ଅବସ୍ଥା ରେ ପହଞ୍ଚି ଥିବା ବେଳେ ବର୍ତ୍ତମାନ 1700ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି, ଯୁକ୍ତ ଦୁଇ ରୁ ଯୁକ୍ତ ତିନି ବିଜ୍ଞାନ ଓ କଳା ପାଠ୍ୟ କ୍ରମ ମଧ୍ୟ ହୋଇପାରିଛି ବୋଲି ଅଧ୍ୟକ୍ଷ ତାଙ୍କ ଅଭିଭାଷଣ ରେ କହି ଭାବ ବିହ୍ଵଳ ହୋଇ ପଡ଼ିଥିଲେ….ଶ୍ରୀ ଶତପଥି ଙ୍କ କାର୍ଯ୍ୟ ଦକ୍ଷତା କୁ  ମଞ୍ଚ ରେ ଉପସ୍ଥିତ ସମସ୍ତ ଅଥିଥି ସେମାନଙ୍କ ଭାଷଣ ରେ ଭୁୟସୀ ପ୍ରଶଂସା କରିଥିବା ବେଳେ ଜେ କେହି ବି କହୁଥିଲେ ସମସ୍ତେ ଭାବ ବିହ୍ଵଳ ହୋଇଯାଉଥିଲେ… ଏହି ଅବସର କାଳୀନ ସମ୍ଭର୍ଧନା ରେ ମାନପତ୍ର ଉପଢୌକନ ସହ ବିଭିନ୍ନ ଉପହାର ପ୍ରଦାନ କରାଯାଇ ଶ୍ରୀ ଶତପଥି ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା….  କାର୍ଯ୍ୟକ୍ରମ ରେ ସମ୍ବାଦ ଜୟପୁର ସଂସ୍କରଣ ମୁଖ୍ୟ ନବୀନ ଚନ୍ଦ୍ର ସାହୁ, ଜିଲ୍ଲାପ୍ରତିନିଧି ଶ୍ରୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଶତପଥି ଙ୍କ ଅବସର କାଳୀନ ସମୟ ସୁଖ ଶାନ୍ତିରେ ଅତିବାହିତ ହଉ ବୋଲି ପ୍ରକାଶ କରିଥିଲେ…..ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସମେତ କର୍ମଚାରୀ ଶ୍ରୀ ଶତପଥୀ ଙ୍କୁ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରିବା ସହ ତାଙ୍କ ଅବସର  ସମୟ ଖୁସି ରେ ଅତିବାହିତ ହେବା ସକାଶେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଥିବା କହିଥିଲେ….ମହାବିଦ୍ୟାଳୟ ର ପୂର୍ବତନ ଇତିହାସ ଅଧ୍ୟାପିକା ପ୍ରଭା ମଞ୍ଜୁରୀ ପଟ୍ଟନାୟକ ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ଜୋଶବନ୍ତ ଗରଡ଼ା ଧନ୍ୟବାଦ ଅର୍ପଣ କରିଥିଲେ…. ସେହିପରି ରବିବାର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କଲେଜ ର ପୂର୍ବ ଛାତ୍ର ସଂସଦ ସଭାପତି ଝିନ ହିକକା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସେମିଲିଗୁଡା ରାୟଗଡା କଲେଜ ର ଅଧ୍ୟକ୍ଷ ଅଧ୍ୟାପକ ଯୋଗ ଦେଇ ଥିଲେ, ଏଥିରେ ସ୍ଥାନୀୟ ବିଡ଼ିଓ ପ୍ରୀତିରଞ୍ଜନ ରଥ  ଙ୍କ ସହ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିବା ବେଳେ ପଦୋନ୍ନତି ପାଇ ଲକ୍ଷ୍ମୀପୁର କଲେଜ ରୁ ସେମିଲିଗୁଡା କଲେଜ କୁ ବଦଳି ହୋଇଥିବା ବରିଷ୍ଠ କିରାଣୀ ହରେକୃଷ୍ଣ ସାହୁ ଙ୍କୁ ମାନପତ୍ର ଉପଢୌକନ ସହ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯଇଥିଲା…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ