Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତିତ୍ୱ ହାସଲ କରି ତରଭା ବ୍ଲକର ସୁନାମ ରଖିଲେ ନିହାରିକା

ସୋମବାର ପ୍ରକାଶ ପାଇଥିବା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳରେ ତରଭା ବ୍ଲକର ନିହାରିକା ଝାଙ୍କର କୃତିତ୍ୱ ଅର୍ଜନ କରି ଅଞ୍ଚଳ ପାଇଁ ସୁନାମ ଆଣି ଦେଇଛନ୍ତି।ତରଭା ବ୍ଲକ ପୁଆ ପଞ୍ଚାୟତ ଅନ୍ତର୍ଗତ ଏକ ନିପଟ ମଫସଲ ଗାଁ ରଙ୍ଗପୁରର ଝିଅ ନିହାରିକା ୨୭୯ ରାଙ୍କରେ ସଫଳତା ହାସଲ କରିଛନ୍ତି।ନିହାରିକା ବର୍ତ୍ତମାନ ବଲାଙ୍ଗୀର ରାଇଟ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ସହକାରୀ କୃଷି ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି।ରଙ୍ଗପୁର ନିବାସୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମକୁନ୍ଦ ଝାଙ୍କର ଓ ନିରୂପମାଙ୍କ ଝିଅ ନିହାରିକା ତରଭା ଜବାହର ନବୋଦୟ ବିଦ୍ୟାଳୟରେ ଯୁକ୍ତ ୨ ପର୍ଯ୍ୟନ୍ତ ପଢିବା ପରେ ଆଇସିଆର ତରଫରୁ ଆନ୍ଧ୍ରପ୍ରଦେଶର ୱାଇଏସଆର ୟୁନିଭରସିଟିରୁ ଏଗ୍ରିକଲଚରରେ ଗ୍ରାଜୁଏସନ ଓ ପୋଷ୍ଟ ଗ୍ରାଜୁଏସନ (ପ୍ଲାଣ୍ଟ ପାଥୋଲୋଜି)କରିବାପରେ ଓୟୁଏଟି ଭୁବନେଶ୍ୱରରେ ପିଜି କରିଥିଲେ।ଆଜି ଏହି ପ୍ରତିନିଧି ତାଙ୍କୁ ଭେଟି ଶୁଭେଛା ଜଣାଇବା ସହ ପ୍ରତିକ୍ରିୟା ଜାଣିବାକୁ ଚାହିଁବାରୁ ତୃତୀୟ ଚେଷ୍ଟାରେ ସଫଳତା ମିଳିଥିବାରୁ ବହୁତ ଖୁସି ଅଛି ବୋଲି ନିହାରିକା କହିଥିଲେ।ଏହି ସଫଳତାର ଶ୍ରେୟ ଈଶ୍ୱରଙ୍କ ଆଶୀର୍ବାଦ ତଥା ମା ,ବାପା ଓ ପରିବାର ବର୍ଗଙ୍କୁ ଦେଇଥିଲେ।ଶେଷରେ ୟୁପିଏସସି ପରୀକ୍ଷା ଦେବା ମୋର ଜୀବନର ଲକ୍ଷ୍ୟ ବୋଲି ନିହାରିକା କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ