Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଂଲଣ୍ଡର ଆଉ ଜଣେ ଖେଳାଳି ଟେଷ୍ଟରୁ ନେଲେ ଅବସର, ଷ୍ଟୁଆର୍ଟ ବ୍ରଡଙ୍କ ସହ ଖେଳିଲେ ବିଦାୟୀ ମ୍ୟାଚ୍  

ନୂଆଦିଲ୍ଲୀ: ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ସହିତ ଜୁଲାଇ 31 ସୋମବାର ଆଉ ଜଣେ ଖେଳାଳି ନିଜ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ଏହି ଖେଳାଳି ଆଉ କେହି ନୁହନ୍ତି ବରଂ ଅଲରାଉଣ୍ଡର ମୋଇନ ଅଲ୍ଲୀ। ଆସେସ ସିରିଜର ଶେଷ ମୁକାବିଲା ପରେ ମୋଇନ ଏହାର ସୂଚନା  ଦେଇଛନ୍ତି ଯେ, ସେ ନିଜର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏହିପରି ଭାବେ ମୋଇନ ଅଲ୍ଲୀ ଦ୍ଵିତୀୟ ଥର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। କାରଣ ସେ କେବଳ ଆସେସ ସିରିଜ୍ ଖେଳିବା ପାଇଁ ଦଳକୁ ଆସିଥିଲେ।

ମୋଇନ କହିଛନ୍ତି, ଏହି ସିରିଜ୍ ଅଦ୍ଭୁତ ରହିଛି। ପୁନର୍ବାର ଏହି ଫର୍ମାଟରେ ମ୍ୟାଚ୍ ଖେଳି ବହୁତ ଖୁସି ଲାଗିଲା। ଯେତେବେଳେ ଷ୍ଟୋକ୍ସ ମଧ୍ୟ ଆସେସ୍ ଖେଳିବାକୁ ମେସେଜ୍ ଦେଲେ ମୁଁ ଚକିତ ରହି ଯାଇଥିଲି। ମୁଁ  ଜାଣି ନ ଥିଲି ଯେ, ଜାକ୍ ଲିଚ୍ ଆହତ ଅଛନ୍ତି। ତେଣୁ ଆସେସ୍ ଖେଳିବାକୁ ପ୍ରସ୍ତୁତ ହେଲି। ମାନସିକ  ଭାବେ ଏହା କଠିନ ଥିଲା, ତଥାପି ଏହା ଏକ ଅଦ୍ଭୁତ ସିରିଜ୍ ଥିଲା, ଏହାକୁ କେବେ  ଭୁଲିବି ନାହିଁ।  

ସୂଚନାଯୋଗ୍ୟ,  ମୋଇନ ଅଲ୍ଲୀ ପୂର୍ବରୁ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କିନ୍ତୁ ଆସେସରେ ଇଂଲଣ୍ଡ ଦଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେ କୋଚ୍ ବ୍ରେଣ୍ଡନ ମ୍ୟାକକୁଲମଙ୍କ କଥା ମାନି ଖେଳିବାକୁ ରାଜି ହୋଇଥିଲେ। ମୋଇନ ଅଲ୍ଲୀ 68 ଟେଷ୍ଟରେ 3094 ରନ କରିଛନ୍ତି। ଏଥିରେ 15 ଚୌକା ଏବଂ 5 ଶତକ ସାମିଲ୍।  

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ