Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ମହା ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ନେଲେ ଗିରୀଜା ଚୌଧୁରୀ…ଶିକ୍ଷା ର ମାନଗତି ବୃଦ୍ଧି କରିବା ଓ ଉଚ୍ଚ କୋଟିର ଶିକ୍ଷା ପ୍ରଦାନ ପ୍ରଥମ ଲକ୍ଷ୍ୟ…. ଅଧ୍ୟକ୍ଷ

ଲକ୍ଷ୍ମୀପୁର01.08 ଲକ୍ଷ୍ମୀପୁର ମହା ବିଦ୍ୟାଳୟର ଯୁକ୍ତ-୨ ଅଧ୍ୟକ୍ଷ ଭାବେ ଇଂରାଜି ଅଧ୍ୟାପକ ଗିରୀଜା ଚୌଧୁରୀ ଦାୟିତ୍ୱ ଗ୍ରହଣ କରିଛନ୍ତି।ସୋମବାର ଦିନ ଦିର୍ଘ ୩୩ ବର୍ଷ ଧରି ଅଧ୍ୟକ୍ଷ ପଦବିରେ ରହିଥିବା ବିରେନ୍ କୁମାର ଶତପଥୀ ନିଜ ଚାକିରିରୁ ଅବସର ଗ୍ରହଣ କରିବା ପରେ ଶ୍ରୀ ଯୁକ୍ତ ଚୌଧୁରୀଙ୍କୁ ବିଧିବଧ ଭାବେ ଦାୟୀତ୍ଵ ହସ୍ତାନ୍ତର କରିଛନ୍ତି।ଅଧ୍ୟକ୍ଷ ପଦବି ଗ୍ରହଣ କରିବା ପରେ ଶ୍ରୀ ଯୁକ୍ତ ଚୌଧୁରୀ କହିଛନ୍ତିକି ଲକ୍ଷ୍ମୀପୁର ଭଳି ଉପାନ୍ତ ଅଞ୍ଚଳରେ ରହିଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ପଦବି ସମ୍ଭାଳିବା ଏତେ ସହଜ ନୁହଁ,ସେ ଜାହା ହେଲେ ମଧ୍ୟ ପୁର୍ବତନ ଅଧ୍ୟକ୍ଷ ଓ ପୁର୍ବତନ ଓଡିଆ ପ୍ରାଧ୍ୟାପକ କିଶୋର ଚନ୍ଦ୍ର ସାହୁ ଙ୍କ ଠାରୁ ଉପଦେସ ଅନୁଯାୟୀ କାର୍ଯ୍ୟ ତୁଲାଇବି ବୋଲି ପ୍ରକାଶ କରିଛନ୍ତି।ମହାବିଦ୍ୟାଳୟରେ ୧୭ ଶହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଆଦିବାସି ତଥା ପଛୁଆ ଜାତି ର ଛାତ୍ର ଛାତ୍ରୀଙ୍କ ଶିକ୍ଷା ର ମାନଗତି ବୃଦ୍ଧି କରିବା ଓ ଉଚ୍ଚକୋଟିର ଶିକ୍ଷା ପ୍ରଦାନ  କରିବା ତଥା ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦେବାତାଙ୍କର ପ୍ରଥମ କର୍ତବ୍ୟ ବୋଲି ପ୍ରକାଶ କରିଛନ୍ତି।ବର୍ତମାନ ପରିପେକ୍ଷୀରେ ଓଡିଆ,ରାଜନୀତି ବିଜ୍ଞାନର ଅଧ୍ୟାପକ ପଦବି ସହ ଖେଳ ଶିକ୍ଷକ ଓ ଜଣେ କିରାଣି ପଦବି ଖାଲି ରହିଥିବା ଯୋଗୁଁ ପ୍ରଥମେ ଅତିଥୀ ଅଧ୍ୟାପକ ହିସାବରେ ଶିକ୍ଷା ଦାନ ସକାଶେ ୧୫ ଦିନ ମଧ୍ୟରେ ପରିପୁର୍ଣ କରାଯିବାକୁ ଚେଷ୍ଟା କରାଯିବ ବୋଲି  ସେ ପ୍ରକାଶ କରିଛନ୍ତି।ଏହି ଅବସର ରେ ମହାବିଦ୍ୟାଳୟର +୨ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରି ଫୁଲ ତୋଡା ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ