Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ଛାତ୍ର ଅଧିଗ୍ରହଣ ସଭା ଅନୁଷ୍ଠିତ…ବିଶୃଙ୍ଖଳା କୁ ବରଦାସ୍ତ କରାଯିବନି.. ଅଧ୍ୟକ୍ଷ

ଲକ୍ଷ୍ମୀପୁର.01.08. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଯୁକ୍ତ-୨ କଳା ଓ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ନେଇ  ଅଧିଗ୍ରହଣ ସଭା ଅନୁଷ୍ଠିତ ହୋଇଜାଇଛି।ଅଧ୍ୟକ୍ଷ ଗିରିଜା ଚୌଧୁରୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିବା ଏହି ଅଧିଗ୍ରହଣ ସଭା ରେ ଅର୍ଥନିତୀ ଅଧ୍ୟାପକ ଡ.ଜଗନ୍ନାଥ ରଥ,ଇତିହାସ ଅଧ୍ୟାପକ ଟଙ୍କଧର ନାୟକ,ସମାଜ ବିଜ୍ଞାନ ଅଧ୍ୟାପକ ଲକ୍ଷ୍ମୀକାନ୍ତ ଟାକ୍ରୀ,ଶିକ୍ଷା ବିଭାଗ ଅଧ୍ୟାପିକା ମୌତୁସି ପ୍ରଧାନ, ପ୍ରାଣିବିଜ୍ଞାନ ଅଧ୍ୟାପକ ଜୋଶବନ୍ତ ଗରଡ଼ା , ପଦାର୍ଥ ବିଜ୍ଞାନ ଅଧ୍ୟାପକ ଶୀତଳ ପ୍ରସାଦ, ରସାୟନ ବିଜ୍ଞାନ ଅଧ୍ୟାପିକା ମଧୁସ୍ମିତା ବିଶ୍ୱାଳ , ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ହେଲେନା ପ୍ରିୟଦର୍ଶିନୀ ସିଂ , ତାରିଣୀ ଶତପଥୀ, ଚନ୍ଦନ କୁମାର ସାହୁ କିଶୋର ବିଶୋଇ,ଏଙ୍କେଶ୍ଵର ଖରା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ।ଏହି ପରିପ୍ରେକ୍ଷୀରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଚୌଧୁରି କହିଥିଲେକି ଲକ୍ଷ୍ମୀପୁର ମହାବିଦ୍ୟାଳୟ ଏକ ନିୟମିତ ବିଦ୍ୟାଳୟ,ଏଠାରେ ସକାଳ ଦଶ ଟାରୁ ଦୁଇଟା ପର୍ଯ୍ୟନ୍ତ ସମସ୍ତ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ମାନେ କ୍ଲାସ କରନ୍ତି,ତେଣୁ ନିୟମିତ ଭାବେ କ୍ଲାସକୁ ଆସିବା ସହ ପରିଷ୍କାର ଓ ପରିଚ୍ଛନ ର କଲେଜ୍ ପୋଷାକ ଛାତ୍ର ଛାତ୍ରୀ ମାନେ ପରିଧାନ କରିବେ,କୌଣସି ପ୍ରକାରେ ଚିରାଫଟା ଷ୍ଟାଇଲିଶ୍ଟ୍ ଡ୍ରେସ ପରିଧାନ କରିବେ ନାହିଁ, ମୁଖ ମଣ୍ଡଳର ଚୁଟି ସାଧାରଣ ଭାବେ ରଖିବେ,ହାତ ଓ ବେକ ସମେତ କାନରେ କୌଣସି ପ୍ରକାରେ ବିକୃତି ଭେଷରେ ସଜିତ ହୋଇ ଆସିବେ ନାହିଁ,ସେହି ପରି ଛାତ୍ରୀ ମାନେ ମଧ୍ୟ କଲେଜ ପୋଷାକ ସହ ବେକରେ ଚୁନି ଧାରଣ କରି  ଆସିବେ ବୋଲି କହିଥିଲେ।ମହା ବିଦ୍ୟାଳୟର  ବୟଜ୍ୟସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସନମାନ  ଦେବାସହ ଯଦି କେହି  କନିଷ୍ଠ ଛାତ୍ର ଛାତ୍ରୀ ମାନଙ୍କୁ ବୟୋଜ୍ୟେଷ୍ଟ ମାନେ ରେଗିଙ୍ଗ୍ କରନ୍ତି ତାହା ହେଲେ ରେଗିଙ୍ଗ୍ ସେଲରେ ଅଭିଯୋଗ କରିବା ସହ ଅଧ୍ୟକ୍ଷଙ୍କ ନଜରକୁ ଆଣିବେ  ବୋଲି କହିଥିଲେ।ସେହି ପରି ଲାଇବ୍ରେରିର ପାଠ୍ୟ ପୁସ୍ତକ ନିୟମିତ ଭାବେ ଗ୍ରହଣ କରିବାସହ ଦଶ ଦିନ ଭିତରେ ଫେରାଇବାକୁ ଅନୁରୋଧ କରିଥିଲେ।କଲେଜରେ କୌଣସି ପ୍ରକାରର ବିଶୃଙ୍ଖଳା କୁ ବରଦାସ୍ତ କରାଜିବ ନାହିଁ ଓ ଯଦି ସେପରି କେହି ଛାତ୍ର ଛାତ୍ରୀ ବିଶୃଙ୍ଖଳା କରନ୍ତି ତେବେ ଆଇନ୍ ଅନୁଜାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଜିବ ବୋଲି କହିଥିଲେ।ମହାବିଦ୍ୟାଳୟ  ଟି ସମ୍ପୂର୍ଣ ଭାବେ ସିସି କ୍ୟାମେରା ଅଧିନରେ ରହିଥିବା ବେଳେ  ଏହାକୁ ଦୃଷ୍ଟି ରେ ରଖି ଛାତ୍ର ଛାତ୍ରୀ ମାନେ ରହିବେ ବୋଲି ସତର୍କ କରାଯଇଥିଲା,,