Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେଲାର ଗାଁ ରାସ୍ତା କୁ ନେଇଁ ଦ୍ଵନ୍ଦ…ଖୋଜାଚାଲିଛି କାହା ଅଧୀନ ରେ ରାସ୍ତା..

ଲକ୍ଷ୍ମୀପୁର 01.08 .. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁସୁମଗୁଡା  ଗ୍ରାମ ପଂଚାୟତ ର କେଲାର ଗାଁ ରାସ୍ତା ଅବସ୍ଥା ସୋଚନୀୟ ହୋଇ ପଡିଥିବା ଖବର ରବିବାର ଦିନ ଗଣମାଧ୍ୟମ ରେ ପ୍ରକାଶିତ ହେବା ପରେ ଏହି ଖବର କୁ ନେଇଁ ବିଭିନ୍ନ ମହଲ ରେ ତୀବ୍ର ଆଲୋଚନା  ହୋଇଛି, କେଲାର ଗାଁ ରାସ୍ତା ବ୍ଲକ ଅଧୀନ ରେ ଯାଉନଥିବା ବିଡ଼ିଓ ପ୍ରୀତି ରଞ୍ଜନ ପ୍ରକାଶ କରିଥିବା ବେଳେ ଏହା ଆରଡି ଅଧୀନ ରେ ରହିଥିବା ପ୍ରକାଶ କରିଥିଲେ, ଏହାକୁ ନେଇଁ ଆରଡି ବିଭାଗ ର ଯନ୍ତ୍ରୀ ରମେଶ ନାୟକ ଙ୍କୁ ପଚାରିବାରୁ କେଲାର ଗାଁ  ରାସ୍ତା ତାଙ୍କ ସୀମା ପରିଧି ମଧ୍ୟ ରେ ନାହିଁ, ଜାତୀୟ ରାଜପଥ 326ରୁ 1500 ମିଟର ପର୍ଯ୍ୟନ୍ତ ଆରଡି ଅଧୀନ ରେ ରହିଛି, ଯାହାକି ପିଚୁ ରାସ୍ତା ହୋଇଛି, ଗାଁ ଆରମ୍ଭ ରୁ ଶେଷ ହୋଇଯାଇଛି ଆରଡ଼ି ରାସ୍ତା, ଗାଁ ଆରମ୍ଭ ରୁ ବ୍ଲକ ରାସ୍ତା ଆରମ୍ଭ ହୋଇଯାଇଛି ବୋଲି ସେ ପ୍ରକାଶ କରିଛନ୍ତି, କେଲାର ଗାଁ ର ଗତଥର ବିଜୟୀ ହୋଇଥିବା ଜିଲ୍ଲାପରିଷଦ ସଭ୍ୟା ଙ୍କ ସ୍ୱାମୀ ପିଣ୍ଟୁ କୌଶଲ୍ୟା ମଧ୍ୟ ଖବର ପ୍ରକାଶିତ ହେବାପରେ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି କେଲାର ଗାଁ ରାସ୍ତା ସକାଶେ  ଜିଲ୍ଲା ପରିଷଦ ଅନୁଦାନ ରେ  15ଲକ୍ଷ ଟଙ୍କା ରଖାଯାଇଥିଲା, କିନ୍ତୁ ତାହା ଆରଡ଼ି ଅଧୀନ ରେ ରହିଛି ଓ ବ୍ଲକ ତରଫରୁ ହୋଇପାରିବ ନାହିଁ ବୋଲି କୁହାଯିବା ପରେ ସେହି ଅନୁଦାନ କୁ ଅନ୍ୟତ୍ର ଡାଇଭର୍ଟ କରାଯାଇ ଥିଲା, ବର୍ତମାନ ଗାଁ ଲୋକ ଙ୍କ ସହ ଯୁବକ ମାନେ ତାହା ବୁଝି ପାରୁ ନାହାନ୍ତି ବୋଲି କହିବା ସହ ଗାଁ ରାସ୍ତା ବର୍ତମାନ ଯେମିତି ହେଲେ ହେବ, କିନ୍ତୁ ଡ୍ରେନେଜ ବ୍ୟବସ୍ତା ପାଇଁ ଜମି ସମସ୍ୟା ସହ କିଛି ଲୋକ ଙ୍କ ଘର ରାସ୍ତା ପାଖାପାଖି ମାଡି ଆସିଥୁବାରୁ ରାସ୍ତା କାମ ହେବାରେ ଅସୁବିଧା ଉପୁଜିବ ବୋଲି କହିଛନ୍ତି…. ଏନେଇ ଦୁଇ ବିଭାଗ ମଧ୍ୟ ରେ ଦ୍ୱନ୍ଦ୍ୱ କୁ ନେଇଁ ପୁଣି ବିଡ଼ିଓ ଙ୍କୁ ପଚାରିବା ରୁ ଅତିଶୀଘ୍ର ସେହି ରାସ୍ତା ର ମାପ କରାଯିବ, ଯଦି ବ୍ଲକ ରାସ୍ତା ହୁଏ ତାହେଲେ ଯେକୌଣସି ଅନୁଦାନ ରେ ରାସ୍ତା କରାଯିବ, ଆଉ ଯଦି ଆରଡ଼ି ଅଧୀନ ରେ ଥାଏ ତାହେଲେ ସମ୍ପୃକ୍ତ ବିଭାଗ କୁ ତୁରନ୍ତ ରାସ୍ତା କରିବା ସକାଶେ କୁହାଯିବ ବୋଲି ପ୍ରକାଶ କରିଛନ୍ତି… ଦେଖାଯାଉ କେଲାର ଗ୍ରାମବାସୀ କେବେ ଭଲ ରାସ୍ତା ଖଣ୍ଡି ଏ ପାଇବେ…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ