Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅଧିଗ୍ରହଣ ସଭା ଅନୁଷ୍ଠିତ

ନାରାୟଣପାଟଣା.୦୧।୦୮।୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଦର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି ଛାତ୍ରଛାତ୍ରୀ ଅଧିଗ୍ରହଣ ଶଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ସେଠୀଙ୍କ ସଭାପତିତ୍ବରେ ଏହି ଅଧିଗ୍ରହଣ ସଭାରେ
ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା ଯୋଗ ଦେଇଥିବା ବେଳେ ସମାନ୍ନୀତ ଅତିଥି ଭାବେ ବନ୍ଧୁଗାଁ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା, ବ୍ଲକ ଗୋଷ୍ଟି ଶିକ୍ଷ୍ୟା ଅଧିକାରୀ ପ୍ରଫୁଲ୍ଲ କୁମାର ମିଶ୍ର,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ,ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ମୁକୁନ୍ଦ ଚରଣ ମିଶ୍ର ପ୍ରଭୁତି ଯୋଗ ଦେଇଥିଲେ।
୧୯୭୭ ମସିହାରେ ବନ୍ଧୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଜନ୍ମ ହୋଇଥିଲା ବେଳେ ୪୬ ବର୍ଷ ପରେ ତାହା ଉଚ୍ଚ ବିଦ୍ୟାଳୟରୁ ପରିବର୍ତ୍ତନ ହୋଇ ଆଜିଠାରୁ ମାଧ୍ୟମିକ ବିଦ୍ୟାଳୟରେ ନାମିତ ହେଇ ଥିବାରୁ ସବୁ ମହଲରେ ଖୁସି ମନା ଜାଇଛି। ସରକାରଙ୍କ ତରଫରୁ+୨ ବିଜ୍ଞାନ ପାଠ ପଢା ପାଇଁ ଆଜିଠୁ ଚାଲୁ ହେବା ପରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାମରେ ନାମିତ ହୋଇ ପରିଚୟ ହୋଇପାରିଛି । ଦିନ ଥିଲା ବନ୍ଧୁଗାଁ ବ୍ଲକର ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ରାୟଗଡ଼ା, କୋରାପୁଟ, ଲକ୍ଷ୍ମୀପୁର ଭଳି ବଡ ବଡ କଲେଜ ଉପରେ ନିର୍ଭର କରିବାକୁ ପଡୁଥିଲା।ଫଳରେ ବହୁ ସମସ୍ୟାର ସମୁଖିନ ମଧ୍ୟ ହେଉଥିଲେ।ଏବେ କିନ୍ତୁ ସେତେଟା ସମସ୍ୟା ରହିବ ନାହିଁ ବୋଲି ଉପସ୍ଥିତ ଅତିଥିଗଣ ନିଜନିଜ ମନ୍ତବ୍ୟ ପ୍ରକାଶ କରିଥିଲେ।ରାଜ୍ୟ ସରକାରଙ୍କ ତରଫରୁ ବନ୍ଧୁଗାଁ ବ୍ଲକ ଭଳି ଏକ ଉପାନ୍ତ ଅଞ୍ଚଳର ପିଲାଙ୍କ ଉଚ୍ଚକୋଟିର ପାଠ ପଢା ଲାଗି +୨ ବିଜ୍ଞାନର ସୁବିଧା ଜୋଗାଇ ଦେଇଥିବାରୁ ବ୍ଲକ୍ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।
ଚଳିତ ଶିକ୍ଷା ବର୍ଷରୁ +୨ ବିଜ୍ଞାନ ପାଠ ପଢା ପାଇଁ ୧୨୮ଟି ସିଟ୍ ରହିଥିଲା ବେଳେ ୧୩୫ ଜଣ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ଅନଲାଇନ୍ ଯରିଆରେ ଆବେଦନ କରି ଥିଲେ।ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭୩ ଜଣ ଛାତ୍ରଛାତ୍ରୀ ନିଜ ନିଜ ନାମ ପଞ୍ଜିକରଣ କରିଥିବା ଜଣା ପଡିଛି।
ଏହି ସଭାକୁ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ସେଠି ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଜୋଗ କରିଥିଲେ।ଏହି ବୈଠକରେ ଛାତ୍ର ଛାତ୍ରୀ ଓ ଅଭିବାକ ମାନଙ୍କ ସମେତ
ଅଧ୍ୟାପକ ଦିବାକର ସାହୁ,ଆଦିତ୍ୟ ସାହୁ,ରମେଶ ନାୟକ,
ଅଧ୍ୟାପିକା ରଜନୀ ରାଣୀ ସଉନ୍ତା,ଟି.ରିନା କୁମାରୀ,ସୁନନ୍ଦା ସେନାପତି ଓ ସ୍ନିଗ୍ଧା ରାଣୀ ଦାସ ମଧ୍ଯ ଉପସ୍ଥିତ ରହି ଥିଲେ।