Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ସମ୍ବଲପୁରୀ ଦିବସ ପାଳିତ ,ଗୀତରେ ଝୁମିଲେ ଛାତ୍ର ଛାତ୍ରୀ

ଗୋପାଳପୁର ୧/୮ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ ଆଜି ଅପରାହ୍ନରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ବଲପୁରୀ ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢା ସହ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ସମ୍ବଲପୁରୀ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ୱାଡେନ୍ ପ୍ରଫେସର ସୁଧାକର ପାତ୍ର, ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର ଗଣେଶ ସେଠୀ,ମୁଖ୍ୟ ବକ୍ତା ଭାବେ ସୁଶାନ୍ତ କୁମାର ମlହlବlରା ମଞ୍ଚlସିନ ଥିଲେ।ଡ଼ଃ.ସମୀର କୁମାର ଭୋଇ ସଭା ପରିଚାଳନା କରିଥିବା ବେଳେ ସଞ୍ଜୟ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ।ସଭା ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ମା ସମଲେଇ ଙ୍କ ଭଜନ ରୁ ଆରମ୍ଭ କରି ଡାଳ ଖାଈ ଓ ରଙ୍ଗବତୀ ଗୀତ ରେ ଛାତ୍ର ଛାତ୍ରୀ ଝୁମିଥିଲେ। ଛାତ୍ର ନେତା ଦୂର୍ଗା ମାଧବ ପ୍ରଧାନ, ଶସିତ ସାହୁ , ଚୂଡ଼ାମଣି , ତେଜରାଜ୍ ଚୌଧୁରୀ, ଆଭାସ, ଜର୍ମାନୀ, ପଲ୍ଲବୀ, ଦିଭେନ୍ଵିତା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories