ବି ଜେ ପି ର ମଣ୍ଡଳ ସଭାପତି ନିର୍ବାଚିତ


ଅସ୍ତରଙ୍ଗ,,କାକଟପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବି ଜେ ପି, ର ଟାଣୁଆ ନେତା ରବି ମଳିକ ଙ୍କ ସୁପାରିସ କ୍ରମେ,କାକଟପୁର ନିର୍ବାଚନ ମଣ୍ଡଳିର ତିନିଗୋଟି ମଣ୍ଡଳ ଜୋନ ରେ ସଭାପତି ପରିବର୍ତ୍ତନ କରା ଯାଇ ଅଛି । ଏହି ବିଷୟ ରେ ବି ଜେ ପି ର ସଂଗଠନ ମହା ମନ୍ତ୍ରୀ ଙ୍କ ସହିତ,ପୁରୀ ଜିଲ୍ଲା ଉପ ସଭାପତି ରତିକାନ୍ତ ବେହେରା,ଓ ମାନସ କୁମାର ମହାନ୍ତି ଆଲୋଚନା କରିବା ପରେ , ବାଲୀ କପିଳେଶ୍ୱର ମଣ୍ଡଳ ସଭାପତି ପ୍ରକାଶ କୁମାର ପାଇକରାୟ ଙ୍କୁ ପରିବର୍ତ୍ତନ କରାଯାଇ,ତାଙ୍କ ଜାଗାରେ ଦିଲୀପ କୁମାର ପ୍ରଧାନ,କାକଟପୁର ଉପେନ୍ଦ୍ର ସୁବୁଦ୍ଧି ଙ୍କ ଜାଗାରେ,ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ନୟାହାଟ ମଣ୍ଡଳ ର ଦୀନକୃଷ୍ଣ ମହାନ୍ତି ଙ୍କ ଜାଗାରେ ମାନସ କୁମାର ସାହୁ ଙ୍କୁ ମନୋନୀତ କରା ଯାଇଛି ବୋଲି ରାଜ୍ୟ କାର୍ଯ୍ୟ କାରିଣୀ ସଭ୍ୟ ଶ୍ରୀ ରବି ମଳିକ ଅସ୍ତରଙ୍ଗ ଠାରେ କହିଛନ୍ତି ଓ ଯେଉଁ ମାନେ ଶ୍ରେଷ୍ଠ ମଣ୍ଡଳ ସଭାପତି ଭାବେ ରହି ଛନ୍ତି ସେମାନଙ୍କୁ ପରିବର୍ତ୍ତନ କରା ଯାଇ ନାହିଁ ବୋଲି ଦଳୀୟ ସୂତ୍ରରୁ ଜଣା ପଡ଼ି ଅଛି ।