Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର କଲେଜ ଅଧ୍ୟକ୍ଷ ଙ୍କୁ ସମ୍ବର୍ଦ୍ଧନା..

ଲକ୍ଷ୍ମୀପୁର 03.23.. ..ଲକ୍ଷ୍ମୀପୁର ମହାବିଦ୍ୟାଳୟର ଯୁକ୍ତ ତିନି ବିଭାଗ ପକ୍ଷରୁ ନୂତନ ଭାବେ ଯୁକ୍ତ ଦୁଇ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ଗ୍ରହଣ କରିଥିବା ପ୍ରାଧ୍ୟ୍ୟାପକ ଗିରିଜା କୁମାର ଚୌଧୁରୀଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି, ଅଧ୍ୟାପକ ମଧୁସୂଦନ ସାହୁ, ଦୁର୍ଯ୍ୟୋଧନ ସାହୁ,ଅଧ୍ୟାପିକା ତିଳୋତ୍ତମା ପଟ୍ଟନାୟକ, ସନ୍ତୋଷିନୀ ଦାଶ, ମହିମା ରାଣୀ ରାଜୁ, ଜୟଶ୍ରୀ ପଟ୍ଟନାୟକ କର୍ମଚାରୀ ଆମରି ହିକ଼କା, ଏକାଦଶୀ ଟାକ୍ରୀ, ହରି ବିଶୋଇ, ଏଙ୍କେଶ୍ୱର ଖରା, ଆଶିଷ ବିଶୋଇ, ଭଜ ବିଶୋଇ ଉପସ୍ଥିତ ରହି ସ୍ୱାଗତ କରି ଥିଲେ। ଅଧ୍ୟକ୍ଷ ଶ୍ରୀ ଚୌଧୁରୀ ଖୁସି ବ୍ୟକ୍ତ ହେବା ସହ ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି କର୍ମଚାରୀ ସମସ୍ତେ ମିଳିମିଶି ଛାତ୍ର ଛାତ୍ରୀ ଙ୍କ ଉଜ୍ୱଳ ଭବିଷ୍ୟତ ସକାଶେ କାମ କରିବା ବୋଲି କହିଥିଲେ ।ସେହିପରି ଜିଲ୍ଲା ବିଜେଡି ସଭାପତି ଝିନ ହିକକା, କୋରାପୁଟ ମୁନ୍ସିପାଲଟି ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠି ପ୍ରମୁଖ ଲକ୍ଷ୍ମୀପୁର ମହାବିଦ୍ୟାଳୟ ରେ ପହଂଚି ପୁଷ୍ପ ଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ପ୍ରଦାନ କରିଥିଲେ…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ