Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଇଓ ସଂଘ ତରଫରୁ ଜିଲ୍ଲାପାଳ ଙ୍କ ଉଦେଶ୍ୟ ରେ ଦାବି ପତ୍ର ପ୍ରଦାନ

ଲକ୍ଷ୍ମୀପୁର ୦୪।୦୮ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହି ଅଧିକାରି ସଂଘର ଡାକରାରେ ଲକ୍ଷ୍ମୀପୁର ବ୍ଲକର କାର୍ଯ୍ୟରତ ସମସ୍ତ ୧୩ଟି ପଞ୍ଚାୟତର ନିର୍ବାହି ଅଧିକାରି ମାନେ ଜିଲ୍ଲାପାଳଙ୍କ ଉଦେଶ୍ୟ ରେ ଏକ ତିନି ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି ।ବିଡିଓଙ୍କ ଅନୁପସ୍ଥିତିରେ ଜିପିଇଓ ସୁଧିର ବେହେରା ଏହି ଦାବି ପତ୍ର ଗ୍ରହଣ କରିଛନ୍ତି। ଦାବି ଗୁଡିକ ମଧ୍ୟରେ ପିଇଓ ନିଯୁକ୍ତି ସମୟରେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ରୁ ଯୁକ୍ତ ୩ ମଧ୍ୟରେ ରହିବା,ଦରମା ହାର ଲେବଲ୍ ୫ରୁ ଲେବେଲ୍ ୯କୁ ବୃଦ୍ଧି କରିବା ଓ ଚାକିରି କ୍ଷେତ୍ରରେ ଦଶ ବର୍ଷ ପୁର୍ତି କରିଥିବା ପିଇଓ ମାନଙ୍କୁ ଜିପିଟିଏକୁ ପ୍ରମୋସନ୍ କରିବା ଭଳି ଦାବି ରହିଛି, ଆଗାମି ୭ ତାରିଖ ଭିତରେ ଦାବି ପୁରଣ ନହେଲେ ୧୭ତାରିଖ ଜାଏଁ କଳା ବ୍ୟାଚ୍ ପିନ୍ଧି କାର୍ଯ୍ୟ କରିବେ ,17 ତାରିଖ ଭିତରେ ଜଦି ସେମାନଙ୍କ ଦାବି ଉପରେ ଗୁରୁତ୍ଵ ଦିଆ ନଜାଏ ତେବେ ସମୁହ ବ୍ଲକ କାର୍ଯ୍ୟାଳୟ ସମୁଖରେ ଧାରଣାରେ ବସିବାକୁ ଚେତାବନୀ ଦିଆଯାଇଛି । ଦାବି ପତ୍ର ପ୍ରଦାନ ସମୟରେ ଲକ୍ଷ୍ମୀପୁର ବ୍ଲକ ନିର୍ବାହି ଅଧିକାରି ସଂଘର ସଭାପତି ପ୍ରଫୁଲ କୁମାର ସାହୁ,ସମ୍ପାଦକ ରମେଶ  ସାହୁଙ୍କ ସମେତ ସମସ୍ତ ପଂଚାୟତ ନିର୍ବାହି ଅଧିକାରି ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ